ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖ୍ୟାତନାମା ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ଖୁବଶୀଘ୍ର ସିରିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପଲକ ଯେଉଁ ସିରିଏଲରେ ଅଭିନୟ କରିବେ ତାହା ଖୁବଶୀଘ୍ର ଦର୍ଶକ ଦେଖିପାରିବେ।

“ୟେ ରିସ୍ତା ହୈ ପ୍ୟାର କେ” ସିରିଏଲରେ ନଜର ଆସିବେ ପଲକ। ସିରିଏଲଟି ଷ୍ଟାରପ୍ଲସରେ ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ ବୋଲି ସୂଚନା ମିଳିଛି। ତେବେ ନୂଆ ସିରିଏଲରେ ନୂଆ ମୁହଁ ଦେଖିବାକୁ ଦର୍ଶକ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶାବାଦୀ ଅଛନ୍ତି।

୧୮ ବର୍ଷୀୟ ପଲକ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସୋସିଆଲ ମିଡିଆରେ ନିଜର ସୁନ୍ଦର ଫଟୋ ପାଇଁ ଚର୍ଚ୍ଚାରେ ବି ରହିଥାନ୍ତି। ଇନଷ୍ଟାଗ୍ରାମରେ ପଲକଙ୍କର ୨.୪୦ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି।

ସୂଚନା ଅନୁସାରେ ଏହି ସିରିଏଲର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ଏହି ସିରିଏଲକୁ ଦେଖିପାରିବେ ଦର୍ଶକ।

 

Comment