ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁତ୍ରାଙ୍ଗ ସଂକ୍ରମଣ ହୋଇଥିଲେ ବାରମ୍ବାର ପରିସ୍ରା, ମୁତ୍ରତ୍ୟାଗ ସମୟରେ ଯନ୍ତ୍ରଣା ଅନୁଭୂତ ହୁଏ। ଦିନରେ ୪ରୁ ୫ ଥର ପରିସ୍ରା କରିବା ଏକ ସାଧାରଣ କଥା କିନ୍ତୁ ୮ରୁ ଅଧିକ ଥର ପରିସ୍ରା ଯାଉଛନ୍ତି ତେବେ ସତର୍କ ରହିବା ଆବଶ୍ୟକ। ଏଭଳି ସମସ୍ୟା କାହିଁକି ହୋଇଥାଏ? ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିବାର ମୁଖ୍ୟ କାରଣ କ’ଣ ତାହା ଜାଣିବା ଦରକାର।

ପ୍ରତିବର୍ଷ ପ୍ରାୟ ୧୫୦ ନିୟୁତ ଲୋକ ମୁତ୍ରଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି। ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ବେଶୀ ହୋଇଥାଏ।

ଯଦି ବ୍ୟକ୍ତି ଜଣକ ମଧୁମେହରେ ପୀଡ଼ିତ ହୋଇଥାନ୍ତି, ତାଙ୍କୁ ବାରମ୍ବାର ପରିସ୍ରା ଲାଗିବା ସ୍ୱାଭାବିକ। ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କିଛି ଘରୋଇ ଉପାୟ ଆପଣେଇବାକୁ ପଡ଼ିବ। ଯଦି ଆପଣଙ୍କ ସମସ୍ୟା ଅଧିକ ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପଡ଼ିବ। ତେବେ ଜାଣନ୍ତୁ କ’ଣ ରହିଛି ଘରୋଇ ଉପଚାର…

ଡାଳିମ୍ବ ମଞ୍ଜି

ବାରମ୍ବାର ପରିସ୍ରା ଲାଗୁଥିଲେ ଡାଳିମ୍ବ ମଞ୍ଜିର ପେଷ୍ଟ ବ୍ୟବହାର କରନ୍ତୁ। ଡାଳିମ୍ବ ମଞ୍ଜି ମୁତ୍ରାଶୟକୁ ଥଣ୍ଡା ରଖିଥାଏ। ଡାଳିମ୍ବ ଚୋପାକୁ ପେଷ୍ଟ କରି ଦିଅନ୍ତୁ। ଏହାକୁ ଅଳ୍ପ ଅଳ୍ପ କରି ଦିନକୁ ଦୁଇଥର ପାଣି ସହ ପିଅନ୍ତୁ। ଏହାକୁ ୫ ଦିନ ପର୍ଯ୍ୟନ୍ତ ପିଅନ୍ତୁ। ଆପଣଙ୍କୁ ଆରମ ମଳିବ।

ଚାର ମଗଜ

ଚାର ମଗଜର ମଞ୍ଜିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଭିଟାମିନ୍‌ ପ୍ରଚୁର ପରିମାଣରେ ଥାଏ। ଏହାକୁ ଗୁଡ଼ ସହ ମିଶେଇ ପିଇଲେ ଜଲଦି ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ମହୁ ଓ ତୁଳସୀ ପତ୍ର

ବାରମ୍ବାର ମୁତ୍ର ହେବା ସମସ୍ୟାରେ ପୀଡ଼ିତ ଥିଲେ ଏହି ଘରୋଇ ଉପାୟ ଆପଣାନ୍ତୁ। ଗୋଟେ ଚାମଚ ମହୁରେ ୩ଟାରୁ ୪ଟା ତୁଳସୀ ପତ୍ର ସକାଳୁ ଖାଲି ପେଟରେ ଖାଇଲେ ଉପଶମ ମିଳିବ। ପ୍ରତିଦିନ ଏୈି ଘରୋଇ ଉପାୟ ଆପଣେଇଲେ ଶୀଘ୍ର ଲାଘବ ପାଇବେ।

ମେଥି

ଯଦି ବାରମ୍ବାର ପରିସ୍ରା ସମସ୍ୟାରୁ ଶୀଘ୍ର ଲାଘବ ପାଇବା ପାଇଁ ଚାହୁଁଛନ୍ତି ତେବେ ମେଥି ବ୍ୟବହାର କରନ୍ତୁ। ମେଥି ପାଉଡରକୁ ସାଧା ପାଣି, ମହୁ ଏବଂ ଶୁଖିଲା ଅଦା ସହ ଖାଇଲେ ତୁରନ୍ତ ଭଲ ହେବ।

ପାଣି

ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଯେତେ ପରିମାଣରେ ପାଣି ପିଇବେ ସେତେ ଜଲଦି ଶରୀରରେ ଜଳର ପଣିମାଣ ସନ୍ତୁଳନ ରହିବ। ଏହା କିଡନୀକୁ ଭଲ ରଖିଥାଏ। ଜଣେ ମଣିଷ ଦିନକୁ ପ୍ରାୟ ୩ରୁ ୪ ଲିଟର ପାଣି ପିଇବା ଆବଶ୍ୟକ।

Comment