ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହା ନାଗପୁରରେ ଖେଳାଯିବ। ବିଶ୍ୱକପ୍‌ ପୂର୍ବରୁ ଏହି ଶେଷ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।

ଅନ୍ୟପଟେ ଭ୍ରମଣକାରୀ ଦଳ ପ୍ରଥମ ମ୍ୟାଚ୍‌ ହାରିଥିବା ବେଳେ ଆଜିର ମ୍ୟାଚ୍‌ ଜିତିବା ଲାଗି ଅନେକ ପ୍ରରିଶ୍ରମ କରୁଛି।

ତେବେ ନାଗପୁରର ଭସିଏ ପିଚ୍‌ ଫ୍ଲାଟ ଥିବାରୁ ଭଲ ରନ୍‌ ସ୍କୋର ହେବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ପାଗ ଅନୁକୂଳ ଥିବାରୁ ଉଭୟ ଦଳ ଭଲ ସ୍କୋର କରିବା ଲକ୍ଷ୍ୟରେ ଅଛନ୍ତି।

Comment