ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ବ୍ୟାକ୍‌ ପେନ୍‌ ଏକ ଗମ୍ଭୀର ସମସ୍ୟା। ଏହି ଯନ୍ତ୍ରଣା ବେଳେବେଳେ କଷ୍ଟଦାୟକ ରୂପ ଧାରଣ କରିଥାଏ।

ବିଶେଷଜ୍ଞ ଅନୁସାରେ ଆମ ପିଠିର ହାଡ଼, ମାଂସପେଶୀ ଏବଂ ଲିଗାମେଣ୍ଟସ୍ କିପରି କାମ କରୁଛି ଏବଂ କିଭଳି ଭାବେ ପରସ୍ପର ସହ ସଂଯୁକ୍ତ ହୋଇ ରହିଛି, ତାହା ଉପରେ ବ୍ୟାକ୍‌ପେନ୍‌ ସମସ୍ୟା ନିର୍ଭର କରିଥାଏ। ପାଖାପାଖି ୮୦ ପ୍ରତିଶତ ଲୋକେ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ବ୍ୟାକ୍‌ପେନ୍‌ ସମସ୍ୟା ୪୦ ବର୍ଷ ପରେ ଅଧିକ ଦେଖାଦିଏ। ସାଧାରଣତଃ ବ୍ୟାକ୍‌ପେନ୍‌ ବୟସ ଅଧିକ ହେଲେ, କ୍ୟାଲେସିୟମ ଅଭାବ, ଓଜନ ବଢ଼ିଲେ, ବସିବା ଶୈଳୀ ଠିକ୍‌ ନଥିଲେ ହୋଇଥାଏ।

ବ୍ୟାକ୍‌ ପେନ୍‌ର କାରଣ

ବ୍ୟାକ୍‌ ପେନ୍‌ ପ୍ରତିଦିନର ଗତିବିଧି ଏବଂ ଉଠାବସା କରିବାର ଭୁଲ୍ ଶୈଳୀ ଯୋଗୁଁ ଦେଖାଯାଇଥାଏ। ଯେମିତି କି କମ୍ପ୍ୟୁଟର ବ୍ୟବହାର କରିବାବେଳେ ସଠିକ୍ ଢଙ୍ଗରେ ନ ବସିବା, ଖେଳକୁଦ ସମୟରେ ହେଉଥିବା ଆଘାତ ଆଦି ପିଠି ଯନ୍ତ୍ରଣାର କାରଣ ହୋଇଥାଏ। ଏହାଛଡ଼ା ମାନସିକ ଅବସାଦ ଦେଉଥିବା କାମ, ଗର୍ଭାବସ୍ଥା, ନିଶାଦ୍ରବ୍ୟ ସେବନ, ଅନିୟମିତ ନିଦ୍ରା, ମୋଟାପଣ ଏବଂ ଅତ୍ୟଧିକ ଶାରୀରିକ ପରିଶ୍ରମ ଯୋଗୁଁ ମଧ୍ୟ ପିଠି ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ।

ବସିବାର ସଠିକ୍ ଶୈଳୀ

  • ଡାକ୍ତର ସହ ପରାମର୍ଶ କରନ୍ତୁ। ନିଜ ଶରୀର ପାଇଁ କ’ଣ ବ୍ୟାୟାମ କରିବା ଦରକାର ତାହା ଆପଣାନ୍ତୁ।
  • ଅଫିସ୍‌ରେ କାର୍ଯ୍ୟ କରିବା ସମୟରେ ସବୁବେଳେ ସିଧା ବସନ୍ତୁ। ଗାଡ଼ି ଚଳାଇଲା ବେଳେ ଠିକ୍‌ ଭାବେରେ ବସନ୍ତୁ।
  • ଅଫିସ୍‌ରେ କାର୍ଯ୍ୟକଲା ବେଳେ ପିଠି ପଛରେ ଏକ ତକିଆ ବି ରଖି ପାରିବେ।
  • କାଠର ଚୌକିରେ ବସିଲେ ଆହୁରି ଭଲ।
  • ଦୀର୍ଘ ସମୟ ଗାଡ଼ିରେ ଯାତ୍ରା କରୁଥିଲେ ମଝିରେ ମଝିରେ ଚଲାବୁଲା କରନ୍ତୁ।
  • ଯଦି ଆପଣଙ୍କୁ ଲଗାତାର ବସିକି କାର୍ଯ୍ୟ କରିବାକୁ ପଡ଼ୁଛି ତେବେ ନିଜର ବସିବା ପୋଜିସନ୍‌କୁ ମଝିରେ ମଝିରେ ପରିବର୍ତ୍ତନ କରନ୍ତୁ। ଚଲାବୁଲା ମଧ୍ୟ କରନ୍ତୁ।
  • ଭାରୀ ଜିନିଷ ଉଠାଇଲା ବେଳେ ଧୀରେ ଧୀରେ ଉଠାନ୍ତୁ।
  • ଓଜନ ସ୍ତୁଳନ ରଖନ୍ତୁ।
  • କ୍ୟାଲେସିୟମ୍‌, ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ଖାଆନ୍ତୁ।

Comment