ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ କିର୍ତି ସେନନଙ୍କ ଫିଲ୍ମ ‘ଲୁକ୍କା ଛୁପି’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରୁଛି। ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମ ୫ ଦିନରେ ୫୫ କୋଟି ଟଙ୍କା ଆୟ କରିଛି। ଲଭ୍‌, ଲିଭ-ଇନ ରିଲସନ, ମ୍ୟାରେଜ୍‌ ତଥା କମେଡି ଧର୍ମୀ ଏହି ଫିଲ୍ମ ଦର୍ଶକମାନଙ୍କୁ ଖୁବ୍‌ ପସନ୍ଦ ଆସିଛି।

ଫିଲ୍ମ ‘ଲୁକ୍କା ଛୁପି’ ରିଲିଜ ହେବା ଦିନ ୮.୦୧ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ଦିନ ୧୦.୦୮ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ସେହିପରି ଛୁଟିଦିନ ରବିବାରରେ ଏହି ଫିଲ୍ମର ୧୪.୦୪ କୋଟି, ସୋମବାର ୭.୯୦ କୋଟି, ମଙ୍ଗଳବାର ଦିନ ଏହି ଫିଲ୍ମ ୫.୦୪ କୋଟି ଟଙ୍କାର ବ୍ୟବସାୟ କରିଛି। ତେବେ ବୁଧବାରର ଆୟକୁ ମିଶାଇ ମୋଟ ୫୫କୋଟି ଟଙ୍କା ଆୟ କରିଛି ଫିଲ୍ମ ‘ଲୁକ୍କା ଛୁପି’। ନିର୍ଦ୍ଦେଶକ ଲକ୍ଷ୍ମଣ ଅନ୍ତେକର ଦ୍ୱାରା ‘ଲୁକ୍କା ଛୁପି’ ଫିଲ୍ମ ନିର୍ମାଣ ହୋଇଛି।

Comment