ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘କେଶରୀ’ବକ୍ସ ଅଫିସରେ ଧମାଲ ମଚାଉଛି। ଏହି ଫିଲ୍ମ ରିଲିଜ୍‌ ହେବାର ମାତ୍ର ପାଞ୍ଚ ଦିନରେ ବହୁତ ଭଲ ବ୍ୟବସାୟ କରିଛି। ବର୍ତ୍ତମାନ ସୁଦ୍ଧା କେଶରୀ ଫିଲ୍ମ ବକ୍ସ ଅଫିସ୍‌ରେ ୯୦ କୋଟି ଟଙ୍କାର ବ୍ୟବସାୟ କରିସାରିଛି। ଗତ ଗୁରୁବାର କେଶରୀ ଫିଲ୍ମ ବଡ଼ ପରଦାରେ ରିଲିଜ ହୋଇଥିଲା। ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନେତ୍ରୀ ପରିଣୀତି ଚୋପ୍ରା ନାୟିକା ଭୂମିକାରେ ନଜର ଆସିଛନ୍ତି।

ଫିଲ୍ମ ଟ୍ରେଡ୍‌ ଅନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, ରିଲିଜ୍‌ ହେବାର ପ୍ରଥମ ଦିନରେ କେଶରୀ ଫିଲ୍ମ ୨୧.୦୬ କୋଟି ଆୟ କରିଥିବା ବେଳେ ଶୁକ୍ରବାର ୧୬.୭୦ କୋଟି, ଶନିବାର ୧୮.୭୫ କୋଟି, ରବିବାର ୨୨ କୋଟି ଏବଂ ସୋମବାର ୮.୨୫ କୋଟି ଟଙ୍କା କଲେକସନ୍‌ କରିଛି।

‘କେଶରୀ ’ ଫିଲ୍ମ ହେଉଛି ଅକ୍ଷୟ କୁମାରଙ୍କ ୨୦୧୯ର ପ୍ରଥମ ଫିଲ୍ମ। ମୋଟ ୮୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହୋଇଥିବା କୋଶରୀ ଫିଲ୍ମ ୫ ଦିନରେ ୯୦ କୋଟି ଟଙ୍କା ଆୟ କରିଛି। କରଣ ଜୋହରଙ୍କ ଧର୍ମା ପ୍ରଡକସନ୍ସ ବ୍ୟାନରରେ ‘କେଶରୀ’ନିର୍ମାଣ କରାଯାଇଥିବା ବେଳେ ଅନୁରାଗ ସିଂହ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ସିନେମା ଦେଶର ମୋଟ ୩୬୦୦ ସ୍କ୍ରିନ୍ ଓ ବିଦେଶରେ ୬୦୦ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି।

Comment