ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖିଲାଡି କୁମାର ଅକ୍ଷୟ ବଲିଉଡର ସବୁଠାରୁ ସଫଳ ଅଭିନେତା। ଗତବର୍ଷ ଫୋବର୍ସରେ ସର୍ବାଧିକ ଆୟ କରିଥିବା ଅଭିନେତାଙ୍କ ତାଲିକାରେ ଅକ୍ଷୟ ଏକମାତ୍ର ଭାରତୀୟ ଅଭିନେତା ଥିଲେ। କିନ୍ତୁ ଅକ୍ଷୟ ଯେ କେବଳ ଫିଲ୍ମରୁ ରୋଜଗାର କରନ୍ତି ତାହା ନୁହେଁ ବରଂ ଅକ୍ଷୟଙ୍କର ଆହୁରି ଅନେକ ବ୍ୟବସାୟ ଅଛି ଯେଉଁଠୁ ସେ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି।

ହରି ଓମ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍– ଅକ୍ଷୟ ପତ୍ନୀ ଟ୍ୱିଙ୍କଲ୍ ଖାନ୍ନାଙ୍କ ସହ ମିଶି ୨୦୦୮ ରେ ‘ହରି ଓମ୍ ପ୍ରଡକ୍ସନ୍ସ’ ଆରମ୍ଭ କରିଥିଲେ। ଏହି ପ୍ରଡକ୍ସନ୍ ହାଉସରେ ସେ ‘ସିଂ କିଙ୍ଗ’, ‘ହଲିଡେ’, ‘ଏୟାରଲିଫ୍ଟ’, ‘ରୁସ୍ତମ୍’ ଏବଂ ‘ପ୍ୟାଡମ୍ୟାନ୍’ ଭଳି ୧ରୁ ଅଧିକ ଫିଲ୍ମ ନିର୍ମାଣ ହୋଇଛି। ଏହି ଫିଲ୍ମ ଅକ୍ଷୟ ହିଁ ଅଭିନୟ କରିଥିଲେ। ଏଥିରୁ ମଧ୍ୟ ଅକ୍ଷୟ ବେଶ୍‌ ଆୟ କରନ୍ତି।Akshay-Kumar 4

ଗ୍ରାଜିଙ୍ଗ୍‌ ଗୋଟ୍‌ ପିକ୍ଚର୍ସ  ପ୍ରଡକ୍ସନ୍ ହାଉସ୍- ଏହା ମଧ୍ୟ ଅକ୍ଷୟ କୁମାର ଏବଂ ଅଶ୍ୱିନୀ ୟର୍ଡିଙ୍କ ଏକ ଫିଲ୍ମ ଓ ସିରିଏଲ ପ୍ରଡକ୍ସନ କମ୍ପାନି। ଏହି ପ୍ରଡକ୍ସନ ହାଉସରେ ନିର୍ମିତ ପ୍ରଥମ ପ୍ରଥମ ଫିଲ୍ମ ହେଲା ‘OMG’। ଏପର୍ଯ୍ୟନ୍ତ ଏହା ୫ ଟି ଫିଲ୍ମ ଏବଂ ଏକ ଟିଭି ସିରିଏଲ ନିର୍ମାଣ କରିଛି। ଏହି ସିରିଏଲର ନାଁ ହେଉଛି ‘ଜମାଇ ରାଜା’।

ଖଲସା ଓ୍ୱାରିୟର – ଅକ୍ଷୟ କୁମାର କ୍ରୀଡାକୁ ବହୁତ ଗୁରୁତ୍ୱ ଦିଅନ୍ତି।  ତେଣୁ ସେ ଏକ କବାଡି ଟିମ୍‌ ମଧ୍ୟ ମାଲିକ ଅଟନ୍ତି।

ଓମେନ୍‌ ସେଲ୍‌ଫ ଡିଫେନ୍ସ ସେଣ୍ଟର – ଅକ୍ଷୟ କୁମାର ମଧ୍ୟ ମାର୍ଶଲ ଆର୍ଟରେ ଧୁରନ୍ଧର। ସେ କରାଟେ ଟ୍ରେନିଂ ମଧ୍ୟ ଦିଅନ୍ତି। ସେ ମହିଳାଙ୍କୁ ଆତ୍ମରକ୍ଷା ତାଲିମ ଦେବା ପାଇଁ ମୁମ୍ବାଇରେ ଓମେନ୍‌ ସେଲ୍ଫ ଡିଫେନ୍ସ ସେଣ୍ଟର ମଧ୍ୟ ପରିଚାଳନା କରନ୍ତି।

ବେଷ୍ଟ ଡିଲ୍ ଟିଭି– ବେଷ୍ଟ ଡିଲ୍ ଟିଭି ହେଉଛି ଏକ ହିନ୍ଦୀ ହୋମ ସପିଂ ଟେଲିଭିଜନ ଚ୍ୟାନେଲ। ଏହାର ମାଲିକ ହେଉଛନ୍ତି ଅକ୍ଷୟ କୁମାର ଏବଂ ରାଜ କୁନ୍ଦ୍ରା। ୨୦୧୫ରେ ଏହି ଚ୍ୟାନେଲ ଲଞ୍ଚ କରାଯାଇଥିଲା। ସମସ୍ତ ପ୍ରମୁଖ କେବୁଲ ଏବଂ ଡିଟିଏଚ୍‌ ପ୍ଲାଟଫର୍ମରେ ଏହି ଚ୍ୟାନେଲ ଉପଲବ୍ଧ  ରହିଛି।

Comment