ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖିଲାଡି କୁମାର ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ବେଲବଟମ’ର ସୁଟିଂ ସରିଛି। ସୁଟିଂ ଶେଷ କରି ଅକ୍ଷୟ, ଅଭିନେତ୍ରୀ ବାଣୀ କପୁର ଓ ତାଙ୍କ ପୂରା ଟିମ୍‌ ଭାରତ ଫେରିଛନ୍ତି। ଅକ୍ଷୟ ଆଜି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।

ଅକ୍ଷୟ କୁମାର ତାଙ୍କ ଇନଷ୍ଟାଗ୍ରାମ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଅଭିନେତ୍ରୀ ବାଣୀ କପୁରଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି। ସେମାନଙ୍କ ପଛରେ ଏକ ଚାର୍ଟାର୍ଡ ​​ବିମାନ ମଧ୍ୟ ଦେଖାଯାଉଛି।

‘‘ଆମେ ବହୁତ ଭାଗ୍ୟବାନ ଯେ କରୋନା ମହାମାରୀ ମଧ୍ୟରେ, ଆମେ ଆମର ଫି‘ଲ୍ମ ବେଲବଟମ୍’ର ସୁଟିଂ ଶେଷ କରିଛୁ’’, ଲେଖିଛନ୍ତି ଅକ୍ଷୟ।

ଅକ୍ଷୟ କୁମାର ଓ ତାଙ୍କ ଟିମ୍‌ ଫିଲ୍ମ ‘ବେଲବଟମ୍’ର ସୁଟିଂ କରିବାକୁ ସ୍କଟଲ୍ୟାଣ୍ଡ ଯାଇଥିଲେ। ଏହା ହେଉଛି ପ୍ରଥମ ଫିଲ୍ମ ଯାହା କରୋନା ଭିତରେ ସୁଟିଂ ହୋଇ ଶେଷ ହୋଇଛି।

ଏହି ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ ବାଣୀ କପୁର, ହୁମା କୁରେସି, ଲାରା ଦତ୍ତା, ଜ୍ୟାକି ଭଗନାନୀ ଆଦି କଳାକାର। ଏହାର ନିର୍ଦ୍ଦେଶନା ଦେଉଛନ୍ତି ରଞ୍ଜିତ ଏମ୍ ତିଓ୍ୱାରୀ। ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ୍ ୨ ତାରିଖରେ ରିଲିଜ୍ ହୋଇପାରେ।

Comment