ଓଡ଼ିଶାଲାଇଭ୍ ବ୍ୟୁରୋ

ରାଗିବା ଏକ ସ୍ୱାଭାବିକ କଥା। ପ୍ରାୟ ପ୍ରତିଟି ମଣିଷକୁ ରାଗ ଆସିଥାଏ। କିନ୍ତୁ ଅନେକ ସମୟରେ ଏହି ରାଗ ନିଜକୁ କ୍ଷତି ପହଞ୍ଚାଇଥାଏ। କେବେ କେବେ ରାଗ ଯୋଗୁଁ ଜୀବନରେ ବହୁତ କିଛି ହରେଇବାକୁ ପଡ଼ିଥାଏ।

ରାଗ ମନର ଏକ ଅବସ୍ଥା ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାର ଗୁଣ କେବଳ କେତେକ ଖାଦ୍ୟରେ ହିଁ ଥାଏ। ଏକ ଷ୍ଟଡିରୁ ଜଣାଯାଇଛି ଯେ ଅନ୍ୟଦେଶ ତୁଳନା

ରେ ଭାରତୀୟଙ୍କୁ ଅଧିକ ରାଗ ଆସିଥାଏ।

ଏମିତି କିଛି ଖାଦ୍ୟ ଅଛି ଯାହାକୁ ଲଗାତାର ଖାଇଲେ ରାଗ ଉପରେ ନିୟନ୍ତ୍ରଣ ଆସିଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟ ସମ୍ପର୍କରେ।

ଥଣ୍ଡା ପାଣି

ପାଣି ପିଇବା ଦ୍ୱାରା ରାଗ ଉପରେ ସାମାନ୍ୟ ନିୟନ୍ତ୍ରଣ ଆସିଥାଏ। ସେଥିପାଇଁ ତ ଲକ୍ଷ୍ୟ କରିଥିବେ ରାଗିଥିବା ବ୍ୟକ୍ତିକୁ ପାଣି ପିଇବାକୁ ସମସ୍ତେ ଦେଇଥାନ୍ତି ନହେଲେ ପିଇବାକୁ ପରାମର୍ଶ ଦେଇଥାନ୍ତି। କାରଣ ପାଣିର ଶୀତଳ ପ୍ରଭାବରେ ରାଗ ଶାନ୍ତ ହୋଇଥାଏ।

ଗ୍ରୀଲଡ ଖାଦ୍ୟ

ଯଦି ଆପଣଙ୍କୁ ଅଧିକ ରାଗ ଆସୁଛି ତେବେ ଗ୍ରୀଲଡ ଖାଦ୍ୟ ଖାଆନ୍ତୁ। ଯେତେବେଳେ ବି ରାଗୁଛନ୍ତି ସେତେବେଳେ ଗ୍ରୀଲଡ ଖାଦ୍ୟ ଖାଆନ୍ତୁ। ସଙ୍ଗେ ସଙ୍ଗେ ରାଗ ଉପରେ ନିୟନ୍ତ୍ରଣ ଆସିବ। କାରଣ ଏହା ଖାଇବା ପରେ ପାଟିର ସ୍ୱାଦ ଭଲ ହୋଇଯାଏ ଯାହା ରାଗ ଉପରେ ନିୟନ୍ତ୍ରଣ ଆଣିବାରେ ସହାୟକ ହୋଇଥାଏ।

ଆଳୁ ଖାଆନ୍ତୁ

ଯେତେବେଳେ ବି ରାଗ ଆସୁଛି ସେତେବେଳେ ଆଳୁ କିମ୍ବା ଆଳୁରୁ ତିଆରି କିଛି ଖାଦ୍ୟ ଖାଆନ୍ତୁ। କାରଣ ଏଥିରେ କାର୍ବୋହାଇଡ୍ରେଟସ୍‌ ଅଧିକ ସହ ଭିଟାମିନ୍‌ ବି୬ ଅଧିକ ଥାଏ ଯାହା ଟେନସନ୍ କମାଇବାରେ ସହାୟକ ହୋଇଥାଏ।

କଦଳୀ

କଦଳୀ ଦେହ ପାଇଁ ଉପକାରୀ ହେବା ସହ ରାଗ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍‌ ମନକୁ ଶାନ୍ତ ରଖିବାରେ ସାହାଯ୍ୟ ହୋଇଥାଏ। ତେଣୁ ଯଦି କୌଣସି କଥାରେ ରାଗ ଆସୁଛି ତେବେ କଦଳୀ ଖାଆନ୍ତୁ ରାଗ କମ ହେବ।

Comment