ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଜିପ୍ଟର ଆଲେକଜାଣ୍ଡ୍ରିଆରେ ବହୁବର୍ଷ ପୂର୍ବରୁ ଏକ ଗଧ କାରଣରୁ ‘ରହସ୍ୟମୟୀ ଦୁନିଆ’ ବିଷୟରେ ଜଣାପଡ଼ିଥିଲା। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାସ୍ତାରେ ଚାଲୁଥିବା ସମୟରେ ଏକ ଗଧ ହଠାତ୍ ଖାଲ ଭିତରେ ପଡ଼ିଯାଇଥିଲା। ଗଧକୁ ଉଦ୍ଧାର କରିବା ପାଇଁ ତାର ମାଲିକ ମାଟି ଖୋଳିଖୋଳି ବିରାଟ ବଡ଼ ଗର୍ତ୍ତ କରିଦେଇଥିଲେ। ଆଉ ଏହାପରେ ଖାଲ ଭିତରେ ସେ ଯାହା ଦେଖିଲେ ତାଙ୍କର ହୋଶ୍ ଉଡ଼ିଯାଇଥିଲା।

ଗଧର ମାଲିକ ଏକ ସମାଧି ସ୍ଥଳ ଦେଖିବାକୁ ପାଇଥିଲେ। ଯାହା ବର୍ଷବର୍ଷ ଧରି ଲୁଚି ରହିଥିଲା। ଏହି ସମାଧି ସ୍ଥଳର ନାମ ହେଉଛି କୋମ ଏଲ ସୋଫାଫା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୯୦୦ ମସିହା ପରଠାରୁ ଏହାକୁ ଆଉ ଦେଖିବାକୁ ମିଳିନଥିଲା। ପ୍ରତ୍ନତତ୍ତ୍ୱବିତ୍ ମାନେ ଏହାର ସତ୍ୟତା ଜାଣିବା ପାଇଁ ଖୋଳିଥିଲେ।

ଏହି କବର ସ୍ଥାନ ଗ୍ରୀକ୍ ଓ ରୋମାନ ଶାସନ ସମୟର ଥିବା ଜଣାପଡ଼ିଥିଲା। ଯାହାର ନିର୍ମାଣ ଦ୍ୱିତୀୟ ଶତାବ୍ଦୀ ସମୟରେ ହୋଇଥିଲା। ପୂର୍ବରୁ ଗୋଟିଏ ପରିବାର ଲୋକଙ୍କ ଶବକୁ କବର ଦିଆଯାଉଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍ ମାନେ ଅନୁମାନ କରିଥିଲେ, କିନ୍ତୁ ଏଠାରେ ଶହଶହ ଲୋକଙ୍କୁ ସମାଧି ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି କବରସ୍ଥାନରେ ଆଜି ବି କିଛି ଶବ ସୁରକ୍ଷିତ ରହିଥିବା ଜଣାପଡ଼ିଛି।

Comment