ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଅଭିନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କିଛି ବଡ କଥା ନୁହଁ। ମାତ୍ର ଅନେକ ସମୟରେ ଏହି ଶୀତଳ ଯୁଦ୍ଧ ସୋସିଆଲ ମିଡିଆରେ ବି ଦେଖିବାକୁ ମିଳିଥାଏ। ଏମିତି ଏକ ଘଟଣା ଘଟିଛି ବଲିଉଡ୍‌ ସିଙ୍ଗର ସୋନା ମହାପାତ୍ରଙ୍କ ସହିତ।

ସୋନା ବଲିଉଡର ଦବଙ୍ଗ ଖାନ୍‌ ଅର୍ଥାତ୍‌ ସଲମାନଙ୍କୁ ସେମିତି ଅଧିକ ପସନ୍ଦ କରନ୍ତି ନାହିଁ। ଯେଉଁ କଥାକୁ ନେଇ ଭାଇଜାନଙ୍କ ଫ୍ୟାନ୍‌ ବି ଅନେକ ସମୟରେ ସୋନାଙ୍କୁ ଟ୍ରୋଲ କରିଥାନ୍ତି। ତେବେ ଏଥର ଟିକେ ଅଲଗା ହୋଇଛି।

ସୋନା ନିଜ ଟୁଇଟର ପେଜରେ ଲେଖିଛନ୍ତି କି, “ମୁଁ ଟୁଇଟର ନୋଟିଫିକେସନରେ ବି ସଲମାନ ଖାନ୍‌ଙ୍କୁ କୌଣସି ପରିସ୍ଥିତିରେ ବି ଦେଖିବାକୁ ଚାହୁଁନି।”

ସୋନା ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି କି, “ମୁଁ ଏହି ବ୍ୟକ୍ତିକୁ ଫଲୋ କରୁ ନାହିଁ। ତେଣୁ ଆପଣଙ୍କୁ ଅନୁରୋଧ କି ଏହି ବ୍ୟକ୍ତି ରିଲେଟେଡ କୌଣସି ବି ବିଜ୍ଞାପନ୍ କିମ୍ବା ପୋଷ୍ଟ ମୋ ଟାଇମ୍‌ଲାଇନରେ ଶେୟାର ନ କରନ୍ତୁ।”

ଏହାକୁ ନେଇ ବି ଫ୍ୟାନ୍‌ ସୋନା ମହାପାତ୍ରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଫ୍ୟାନ୍‌ ଲେଖିଛନ୍ତି ସୋନାଙ୍କୁ କିଛି କାମ ମିଳୁନାହିଁ ସେଥିଲାଗି ସେ ଏମିତି ପୋଷ୍ଟ କରୁଛନ୍ତି। ଏହା ବ୍ୟତିତ୍‌ ବି ଅନେକ କମେଣ୍ଟ ଆସୁଛି ସୋନାଙ୍କୁ ଟ୍ରୋଲ କରି।

LEAVE A REPLY

Please enter your comment!
Please enter your name here