ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ରାନକୋଇସ ବେଟନକୋର୍ଟ ବିଶ୍ୱର ସବୁଠାରୁ ଧନୀ ମହିଳା ଅଟନ୍ତି। ବିଶ୍ୱର ଶହେ କୋଟି ଧନୀ ତାଲିକାର ୧୫ତମ ସ୍ଥାନରେ ଅଛନ୍ତି ବେଟନକୋର୍ଟ।  ତାଙ୍କ ଛଡ଼ା ଏଭଳି ୧୪ ଜଣ ପୁରୁଷ ଅଛନ୍ତି ତାଙ୍କର ସମ୍ପତ୍ତି ବେଟନକୋର୍ଟଙ୍କ ଠାରୁ ଢେର ଅଧିକ ରହିଛି। ୨୦୧୯ରେ ଫୋବର୍ସ ପକ୍ଷରୁ ଜାରି ହୋଇଥିବା ତାଲିକାରେ ବିୟୁଟି ପ୍ରଡକ୍ଟ କମ୍ପାନି ‘ଲିରିଲ’ର ସଞ୍ଚାଳକ ଫ୍ରାନକୋଇସ ବେଟନକୋର୍ଟ ଏଲିସ ବାଲଟନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

୨୦୧୯ ମାର୍ଚ୍ଚ ୭ ତାରିଖ ସୁଦ୍ଧ ବେଟନକୋର୍ଟଙ୍କ ମାସିକ ଆୟ ୫୧.୨ ବିଲିୟନ ଡଲାର ରହିଛି। ଭାରତୀୟ ମୁଦ୍ରାରେ ତାଙ୍କ ସମ୍ପତ୍ତିର ମୂଲ୍୍ୟ ପାଖାପାଖି ୩.୫୨ ଲକ୍ଷ କୋଟି ହେବ। ବେଟନକୋର୍ଟ ‘ଲିରିଲ’ର ପ୍ରତିଷ୍ଠାତା ୟୁଜିନ ସୁଏଲରଙ୍କ ନାତୁଣୀ ଅଟନ୍ତି । ସେ ୧୯୯୭ରେ କମ୍ପାନିର ବୋର୍ଡରେ ସଦସ୍ୟ ହୋଇଥିଲେ। ୨୦୧୭ ମସିହାରେ ବେଟନକୋର୍ଟଙ୍କ ମା’ଙ୍କ ପରଲୋକ ପରେ ଗତବର୍ଷ କୋଟିପତି ତାଲିକାରେ ସ୍ଥାନ ପାଇଥିଲେ। ତାଙ୍କ ସମ୍ପତ୍ତିରେ ପାଖାପାଖି ୭.୧ ବିଲିୟନ ଡଲାର ବୃଦ୍ଧି ହୋଇଛି।

ଗତବର୍ଷ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିବା ସହ ବିଶ୍ୱର ସବୁଠୁ ଦ୍ୱିତୀୟ ଧନୀ ମହିଳା ଭାବେ ଉଭା ହୋଇଥିଲେ । ଏହାପୂର୍ବରୁ ତାଙ୍କର ମା’ ଏହି ପଦରେ ଦୀର୍ଘ ବର୍ଷ ଧରି ବଜାୟ ରଖିଥିଲେ। ତାଙ୍କ ମା’ଙ୍କ ନାମ ଲିଲିୟନ ବେଟନକୋର୍ଟ। ୨୦୧୭ରେ ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

Comment