ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ବାଳକ ୧୪ ବର୍ଷ ବୟସରେ କ’ଣ କରିପାରିବ? ପାଠପଢ଼ା ନହେଲେ ଖେଳିବା ପ୍ରତି ରୁଚି ରହିବ। କିନ୍ତୁ ବର୍ତ୍ତମାନ ସମୟରେ ଛୋଟ ବୟସର ପିଲା ବହୁତ ବଡ଼ବଡ଼ କାମ କରିପାରୁଛନ୍ତି। ନ୍ୟୁୟର୍କର ଆଇଲ୍ୟାଣ୍ଡରେ ଏଭଳି ଏକ ବାଳକ ରହିଛି, ଅନଲାଇନ ଭିଡିଓ ଗେମ୍ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଛି। ଏହି ବାଳକର ବୟସ ୧୪ ବର୍ଷ। ଏହି ପିଲାର ନାଁ ହେଉଛି ଗ୍ରୀଫିନ୍ ସ୍ପିକୋସ୍କି। ଗ୍ରୀଫିନ ଅନଲାଇନ ଗେମ୍ ଖେଳି ୧.୩୮ କୋଟି ଟଙ୍କା ଆୟ କରିଛନ୍ତି। ଦିନକୁ ୮ରୁ ୧୮ ଘଣ୍ଟା ଧରି ସେ ଗେମ୍ ଖେଳୁଛନ୍ତି।

ନିକଟରେ ଫରନାଇଟ୍ ଗେମ୍ ଖେଳୁଥିଲାବେଳେ ସେ ନିଜର ଭିଡିଓ କରିଥିଲେ ଏବଂ ଏହାକୁ ପରବର୍ତ୍ତୀ ସମୟରେ ୟୁଟ୍ୟୁବରେ ଛାଡ଼ି ଦେଇଥିଲେ। ଏହାପରେ ସେ ଆଇଭାଇଟାଇଜର, ସ୍ପନସର ଏବଂ ସବସ୍କ୍ରାଇବର ଭାବେ ମୋଟା ଟଙ୍କା କମାଉଛନ୍ତି। କାରଣ ଗ୍ରୀଫିନଙ୍କ ଭିଡିଓକୁ ଲୋକେ ଅଧିକ ଭାବରେ ଦେଖୁଛନ୍ତି।

ଗ୍ରୀଫିନ ଗତ କିଛି ମାସ ତଳେ ୟୁଟ୍ୟୁବରେ ଜଣାଶୁଣା ଫରନାଇଟ୍ ଖେଳାଳିଙ୍କୁ ହରାଇ ଥିଲେ। ଏହାପରେ ସେ ଏହି ଭିଡିଓକୁ ଶେୟାର କରିଥିଲେ। ଭିଡିଓକୁ ପାଖାପାଖି ୭.୫ ମିଲିୟନ ଦର୍ଶକ ଦେଖିସାରିଲେଣି। ଏହାପରଠୁ ସେ ଅନଲାଇନ ଗେମ୍ ଏବଂ ୟୁଟ୍ୟୁବରେ ଟଙ୍କା ରୋଜଗାର କରିବାରେ ଲାଗିଛନ୍ତି। ୧୪ ବର୍ଷୀୟ ଗ୍ରୀଫିନ୍ ବୟସରେ କମ୍ ହୋଇଥିଲେ ମଧ୍ୟ ତାଙ୍କର ବିଚାରଶକ୍ତି ଅଧିକ ରହିଛି।

Comment