ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରି ଟୁଇଟ୍‌ କରିଛନ୍ତି ନବୀନ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ତାଙ୍କ ଜଙ୍ଘରେ ସପ୍ଟ ଟିସ୍ୟୁ କ୍ୟାନସର ହୋଇଥିବା ଜଣାଯାଇଛି। ଏହା ଏକ ଟ୍ୟୁମର ଅଟେ। ଯାହା ଶରୀରର ଅନ୍ୟ ଭାଗକୁ ବି ବ୍ୟାପି ପାରେ। ଆମେରିକାରେ ତାଙ୍କର ସର୍ଜରୀ ହୋଇପାରେ।

ଜେଟଲୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଶୀଘ୍ର ଆରୋଗ୍ୟ ହୋଇ ଭାରତକୁ  ଫେରନ୍ତୁ”, ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ବଜେଟ ଉପସ୍ଥାପନ କରିବାର ଠିକ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ଜେଟଲୀ ଅସୁସ୍ଥ ହୋଇପଡ଼ିଛନ୍ତି। ଚକିତ୍ସା ପାଇଁ ସେ ଆମେରିକା ଗସ୍ତ କରିଛନ୍ତି। ଦୁଇ ସପ୍ତାହରେ ସେ ଚିକିତ୍ସିତ ହୋଇ ଦେଶକୁ ଫେରିବେ।

ଜେଟଲୀଙ୍କ ଅସୁସ୍ଥତା ଖବର ପାଇ ଦଳର ନେତାମାନେ ଟୁଇଟ୍ କରି ତାଙ୍କ ସୁସ୍ଥତା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ପ୍ରମୁଖ ନେତା ବି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଫେବ୍ରୁଆରୀ ୧ରେ ଜେଟଲୀ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିଥାନ୍ତେ। ବଜେଟ୍‌ ପୂର୍ବରୁ ସେ ସୁସ୍ଥ ହୋଇ ଭାରତ ଫେରିବେ ବୋଲି ଆଶା କରାଯାଉଛି।

ଗତ ବର୍ଷ ଜେଟଲୀ କିଡନୀ ପ୍ରତିରୋପଣ କରିଥିଲେ।

Comment