ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମଣିଷ ପରେ ଏବେ ଜୀବଜନ୍ତୁଙ୍କ ଉପରେ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା ଭାଇରସ। ସୋମବାର ଆମେରିକାର ନ୍ୟୁୟର୍କ ସହରରେ ଥିବା ଏକ ଚିଡିଆଖାନାରେ ଗୋଟିଏ ମହାବଳ ବାଘ ପାଖରେ କରୋନା ଭାଇରସ୍ ଚିହ୍ନଟ ହୋଇଛି।

ନ୍ୟୁୟର୍କ ସହରର ବ୍ରୋନକ୍ସ ଚିଡ଼ିଆଖାନାରେ ରହୁଥିବା ଏହି ମହାବଳ ବାଘଟି ଏକ ମାଇ ବାଘ ବୋଲି ଜଣାପଡ଼ିଛି। ଏହି ବାଘ ସହିତ ଚିଡ଼ିଆଖାନର ଚାରୋଟି ବାଘଙ୍କ ପାଖରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଯାଇଥିଲା। ଫଳରେ ଏହି ବାଘର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷା କରିବା ପରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଯାହା ବର୍ତ୍ତମାନ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କୁ ଚିନ୍ତାରେ ପକାଇଦେଇଛି।

ଅନ୍ୟପଟେ ଭାରତରେ ମଧ୍ୟ ଏହି ଯେଭଳି ଜୀବଜନ୍ତୁଙ୍କ ଦେହରେ ନବ୍ୟାପେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ପଶୁପକ୍ଷୀମାନଙ୍କୁ ଚିଡିଆଖାନାରେ ଖାଇବାକୁ ଦେବାବେଳେ ମାସ୍କ ଓ ଗ୍ଲୋବସ୍ ବ୍ୟବହାର କରିବାକୁ କୁହାଯାଇଛି।

ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରଧୀରେ ବଢ଼ିବାରେ ଲାଗିଛି।। ଏଭଳି ସ୍ଥିତିରେ ଯଦି ଜୀବଜନ୍ତୁଙ୍କ ଦେହରେ ଏହି ଭାଇରସ୍ ସଂକ୍ରମିତ ହୁଏ ତେବେ ପରିସ୍ଥିତି ଅସମ୍ଭାଳ ହେବ ବୋଲି କୁହାଯାଉଛି।

Comment