ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବିଶ୍ଵରେ କରୋନା ତାଣ୍ଡବ ଲାଗି ରହିଛି। ଏଥିରେ ଆମେରିକା ବିଶ୍ଵରେ ସର୍ବାଧିକ ପ୍ରଭାବିତ ହୋଇଛି। ଆମେରିକାରେ କରୋନାରେ କେବଳ ମଣିଷ ନୁହେଁ ପଶୁମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ପୂର୍ବରୁ ଏଠାରେ ଏକ ବାଘକୁ କରୋନା ହୋଇଥିବା ଜଣାପଡ଼ିଥିବା ବେଳେ ବର୍ତ୍ତମାନ ଆମେରିକାର ନ୍ୟୁୟର୍କ ସହରରେ ଦୁଇଟି ପୋଷା ବିଲେଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଉଭୟ ବିଲେଇଙ୍କ ସାମାନ୍ୟ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଥିବା ଜଣାପଡିଥିଲା, ଯାହା ପରେ ସେମାନଙ୍କ ନମୁନା ପରୀକ୍ଷା କରାଯିବା ପରେ ପଜିଟିଭ୍ ଚିହ୍ନଟ କରାଯାଇଥିଲା। ପରେ ତୁରନ୍ତ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଛି। ଦୁଇଟି ବିଲେଇ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି।

corona

ସେମାନେ ରହୁଥିବା ଘରର ଲୋକ କିମ୍ବା ପଡ଼ୋଶୀଙ୍କୁ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ରହିଛି। ଆମେରିକାରେ ଗୃହପାଳିତ ପଶୁଙ୍କୁ କରୋନା ହେବା ଏହା ପ୍ରଥମ ଘଟଣା। ତେବେ ଏହି ଘଟଣାରେ ଏଯାଏଁ ପ୍ରମାଣ ମିଳି ନାହିଁ ଯେ ଏହା ପଶୁଙ୍କଠାରୁ ମଧ୍ୟ ସଂକ୍ରମିତ ହୋଇଥାଏ।

ପୂର୍ବରୁ ନ୍ୟୁୟର୍କର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ଚାରି ବର୍ଷ ବୟସ୍କା ମାଲେସିଆ ନାଦିଆ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏନେଇ ପ୍ରାଣୀ ଉଦ୍ୟାନର ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟି ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରିଥିଲେ।

Comment