ଓଡ଼ିଶାଲାଇଭ୍‌ ବ୍ୟୁରୋ

ଋୁଷର ସାଇବେରିଆରେ ଏମିତି ଏକ ସହର ରହିଛି ଯାହା ବିଶ୍ୱର ସବୁଠୁ ଥଣ୍ଡା ସହର ବୋଲି କୁହାଯାଉଛି। ବର୍ଷର ଶେଷ ମାସ ଏବଂ ପ୍ରଥମ ମାସ ଅର୍ଥାତ ଡିସେମ୍ବରରୁ ଜାନୁୟାରୀ ମାସରେ ସୂର୍ଯ୍ୟ ଆଦୌ ଦେଖାଯାଇନଥାନ୍ତି। ଏହି ମାସ ମଧ୍ୟରେ ଲୋକେ ଡିପ୍ରେସନ ଭଳି ରୋଗର ଶିକାର ହୋଇଥାନ୍ତି ଯାହାକୁ ପୋଲର ନାଇଟ୍ ସିଣ୍ଡ୍ରୋମ୍ କୁହାଯାଇଥାଏ।

ଏଠାରେ ୩୬୫ ଦିନରୁ ୨୭୦ ଦିନ ବରଫ ଜମା ହୋଇଥାଏ। ପ୍ରବଳ ଥଣ୍ଡା ସହିତ ତାପମାତ୍ରା ମାଇନସ୍ ୫୫ ଡିଗ୍ରୀକୁ ଖସି ଆସିଥାଏ। ଏପରିକି ସାମାନ୍ୟ ଦିନରେ ପାରଦ ମାଇନସ୍ ୧୦ ଡିଗ୍ରୀ ରହିଥାଏ। ଏହି ସହରର ନାମ ହେଉଛି ନରିଲିସ୍କ। ସହରର ମୋଟ୍ ଜନସଂଖ୍ୟା ୧ ଲକ୍ଷ ୭୫ ହଜାର ହେବ।

ରାଜଧାନୀ ମସ୍କୋଠାରୁ ୨୯୦୦ କିମି ଦୂରରେ ଏହି ସହର ଅବସ୍ଥିତ । ଏହି ସହର ଦେଶର ଅନ୍ୟ ସହରଠାରୁ ଭିନ୍ନ ଅଟେ। ଏଠାରେ ଯିବା ପାଇଁ ସଡ଼କ ପଥ ନଥିଲାବେଳେ ଲୋକେ କେବଳ ବିମାନ ଏବଂ ଡଙ୍ଗା, ବୋଟ୍ ଉପରେ ନିର୍ଭର କରିଥାନ୍ତି। ଏହି କାରଣରୁ ଏଠାରେ ରହୁଥିବା ଲୋକେ ହିଁ ଏହାକୁ ‘ମ୍ୟାନଲ୍ୟାଣ୍ଡ’ ଡାକିଥାନ୍ତି ।

ସଡକ ପଥ ନଥିଲେ ବି ସହର ଦ୍ରୁତଗତିରେ ବିକାଶ ହେଉଛି। ଲୋକଙ୍କ ପାଇଁ ଚର୍ଚ୍ଚ, କାଫେ, ବାର, ଆର୍ଟ ଗ୍ୟାଲେରୀ, ଟ୍ରାନ୍ସପୋର୍ଟ ଭଳି ସୁବିଧା ସହିତ ବର୍ତ୍ତମାନ ସମୟରେ ଉପଲବ୍ଧ ସମସ୍ତ ସୁବିଧା ମିଳିଥାଏ । ନରିଲିସ୍କରେ ବିଶ୍ୱରେ ସବୁଠୁ ଅଧିକ ପରିମାଣରେ ନିକେଲ, ପ୍ଲାଟିନମ୍ ଉତ୍ପାଦନ ହୋଇଥାଏ। ସେଥିପାଇଁ ରୁଷର ଏହା ଏକ ଧନୀ ସହର ଅଟେ।

Comment