ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ତ୍ରାଲ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ଦୁଇ ଆତଙ୍କବାଦୀ। ଏହି ଆତଙ୍କବାଦୀ ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ। ଏହି ଦୁଇ ଆତଙ୍କବାଦୀ ହେଲେ ମୁଦ୍ଦାସୀର ଖାନ ଓ ସଜାଦ।

ପୁଲୱାମା ଆକ୍ରମଣରେ ସଜାଦର କାର୍‌ ବ୍ୟବହୃତ ହୋଇଥିଲା। ଆକ୍ରମଣରେ ବ୍ୟବହାର ହୋଇଥିବା ବିସ୍ଫୋରକ ପ୍ରସ୍ତୁତ କରିଥିଲା ମୁଦାସୀର।

ଏହି ଦୁଇ ଆତଙ୍କବାଦୀ ୨୦୧୭ରେ ଜୈଶ ଏ ମହମ୍ମଦ ସଙ୍ଗଠନରେ ମିଶିଥିଲେ।

ଏହି ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।  ଏହି ସମୟରେ ଆତଙ୍କବାଦୀ ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀ ଏନକାଉଣ୍ଟରରେ ସଫଳ ହୋଇଥିଲେ।

Comment