ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାପାନର କେନ ତନାକା ନାମକ ବୃଦ୍ଧ ବ୍ୟକ୍ତି ସର୍ବାଧିକ ୧୧୬ ବର୍ଷ ୬୬ ଦିନ ବଞ୍ଚିଥିବା ସମସ୍ତେ ଜାଣିଛନ୍ତି।  କିନ୍ତୁ ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ୮୦ରୁ ୯୦ ବର୍ଷ ବଞ୍ଚିବା ବହୁତ ବଡ଼ କଥା।  ତେବେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏକି ୧୦୦ କି ୨୦୦ ନୁହେଁ ବରଂ ୨୫୬ ବର୍ଷ ବଞ୍ଚିଥିଲେ। ସେ ହେଉଛନ୍ତି ଲି ଚିଙ୍ଗ ୟୁନ୍।

ଐତିହାସିକଙ୍କ କହିବା ଅନୁସାରେ ଲି ଚିଙ୍ଗ ୧୬୭୭ ମସିହାରେ ଚାଇନାର କିଜିୟାଙ୍ଗ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତେବେ ଅନ୍ୟମାନଙ୍କ କହିବା ଅନୁସାରେ ଲି ଚିଙ୍ଗ ୧୭୩୬ରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ତାଙ୍କର ମୃତ୍ୟୁ ଘଟିଥିଲା ୧୯୩୩ରେ।

୧୯୩୦ରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଚାଇନାର ଚେଙ୍ଗଡୁ ୟୁନିଭର୍ସିଟିର ପ୍ରଫେସର ୟୁ ଚୁଙ୍ଗ ଚିଏହ ୧୮୨୭ ମସିହାରେ ଲି ଚିଙ୍ଗଙ୍କୁ ତାଙ୍କର ୧୫୦ ତମ ଜନ୍ମଦିନ ଏବଂ ୧୮୭୭ରେ ୨୦୦ ତମ ଜନ୍ମଦିନ ଅବସରରେ ଶୁଭକାମନା ଜଣାଇଥିଲେ।

ଲି ଚିଙ୍ଗ ପ୍ରଖ୍ୟାତ ହର୍ବାଲିଷ୍ଟ, ମାର୍ଶଲ ଆର୍ଟିଷ୍ଟ ଏବଂ ପରାମର୍ଶଦାତା ଥିଲେ। ମାତ୍ର ୧୦ ବର୍ଷ ବୟସରୁ ସେ ହର୍ବାଲ ମେଡିସିନ୍ ବ୍ୟବସାୟ କରିବା ଆରମ୍ଭ କରିଥିଲେ। ହର୍ବାଲ ସହିତ ମାର୍ଶଲ ଆର୍ଟରେ ମଧ୍ୟ ପାରଙ୍ଗମ ଥିଲେ। ୭୧ ବର୍ଷ ବୟସରେ ମାର୍ଶଲ ଆର୍ଟ ଟ୍ରେନର ଭାବେ ଚାଇନା ସେନାରେ ସେ ସାମିଲ ହୋଇଥିଲେ।

ଲି ଚିଙ୍ଗ ୨୪ ଜଣଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨୦୦ରୁ ଅଧିକ ପିଲା ଥିଲେ। ସେ ବିଭିନ୍ନ ପ୍ରକାର ଔଷଧିୟ ଗୁଳ୍ମ ସହ ଚାଉଳରେ ତିଆରି ମଦକୁ ଭୋଜନଭାବେ ଗ୍ରହଣ କରୁଥିଲେ। ୪୦ ବର୍ଷ ଧରି କେବଳ ଜଡିବୁଟି ଖାଇ ଜୀବନ କାଟିଥିଲେ । ବ୍ୟାୟାମ ଏବଂ ଡାଏଟ୍‌କୁ ସେ ଅଧିକ ପ୍ରାଧାନ୍ୟ ଦେଉଥିଲେ। ଏହା ତାଙ୍କର ଅଧିକ ବର୍ଷ ବଞ୍ଚି ରହିବାର କାରଣ ବୋଲି କୁହାଯାଏ।

Comment