ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଜୀବନଶୈଳୀ ଓ ବ୍ୟସ୍ତତା ଭିତରେ ଜୀବନ ଯେମିତି ଅନେକଙ୍କର ଅସନ୍ତୁଳିତ ହୋଇଯାଇଛି। ଆଜିକା ସମାଜରେ ଲୋକମାନଙ୍କ ମଧ୍ୟରେ କ୍ୟାନସର ଅବା କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ଯେମିତିକି ଏକ ସାଦାରଣ କଥା ହୋଇଗଲାଣି। ଏହା ଛଡ଼ା ଫୁସଫୁସ୍ କ୍ୟାନସର, ସ୍କିନ୍,ମାଉଥ କ୍ୟାନସରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
ଅନେକ ସମୟରେ ବିଭିନ୍ନ ସ୍ଥାନରୁ ଆପଣ ଜାଣିଥିବେ କି ଏହା କାହିଁକି ହୁଏ, କ୍ୟାନସର ହେଲେ କଣ କରିବା ଦରକାର। ମାତ୍ର ଆଜି ଆମେ ଆପଣଙ୍କୁ କ୍ୟାନସର ବାବଦରେ ଏମିତି କିଛି କଥା କହିବାକୁ ଯାଉଛି ଯାହା ପରେ କ୍ୟାନସର୍ ହେବାର ଆଶଙ୍କା କିଛିମାତ୍ରାରେ କମିଯାଇଥାଏ।
ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କିଛି ସାମଗ୍ରୀ ଅଛି ଯାହା ଘରେ ରଖିଲେ କ୍ୟାନସର ହେବାର ଭୟ କମିଯାଇଥାଏ ଅବା ନହେବାରେ ସାହାଯ୍ୟ କରିଥାଏ।
କୁହାଯାଇଥାଏ ସୁସ୍ଥ ପରିବେଶ ହିଁ ସୁସ୍ଥ ରଖିବାରେ ଅନେକ ଭୂମିକା ନିଭାଇଥାଏ। ସେହପରି ମଣିଷ ଯେଉଁ ଘରେ ରହୁଛି ସେ ଘର ବି ସଫା ରଖିବା ଦରକାର। କାରଣ ଯେଉଁଠି ଆପଣ ରହୁଛନ୍ତି ତାହା ପରିସ୍କାର ରହିଲେ ଏକ ସକରାତ୍ମକ ଭାବନା ଆସିବା ସହ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ପରିସ୍କାର ପରିଛନ୍ନ ଥିବା ଘରେ ବ୍ୟାକଟେରିଆ କି ଭୂତାଣୁ ନଥାନ୍ତି ଯାହା କ୍ୟାନସରର ଭଳି ରୋଗ ସୃଷ୍ଟିର କାରଣ ବନିଥାନ୍ତି।
ଘରକୁ ଧୂମପାନରୁ ଦୂରେଇ ରଖନ୍ତୁ। ଅର୍ଥାତ ଘରେ କୌଣସି ପ୍ରକାରର ସିଗାରେଟ ରଖନ୍ତୁନାହିଁ, ଯେତେ ସମ୍ଭବ ସେସବୁରୁ ଘରକୁ ଦୂରେଇ ରଖନ୍ତୁ। କାରଣ ଜଣେ ଧୂମପାନ କରୁ କିମ୍ବା ନକରୁ ସେ ବ୍ୟକ୍ତିକୁ କ୍ୟାନସର ହେବାର ଭୟ ଥାଏ। ତେଣୁ ଘରେ ସିଗାରେଟ କିମ୍ବା ସେ ଭଳି କିଛି ଜିନିଷ ରଖନ୍ତୁ ନାହିଁ।
ଏୟାର ପ୍ୟୁରିଫାଇଙ୍ଗ ପ୍ଲାଣ୍ଟ ଘରେ ଲଗାଇବା ଦରକାର। ଏହା ସୁସ୍ଥ ରହିବାର ଆଉ ଏକ ପ୍ରକିୟା ଅଟେ। ଏୟାର ପ୍ୟୁରିଫାଇଙ୍ଗ ପ୍ଲାଣ୍ଟ ଘରେ ଥିଲେ ସେଠାରେ ରହୁଥିବା ଲୋକ ବିଶୁଦ୍ଧ ଅମ୍ଲଜାନ ଗ୍ରହଣ କରିଥାନ୍ତି। ଯେଉଁମାନଙ୍କୁ କ୍ୟାନସରର ହେବାର ଭୟ କମ୍ ଥାଏ।
ଉପରୋକ୍ତ ସମସ୍ତ ତଥ୍ୟ ରିସର୍ଚ୍ଚ ଅନୁସାରେ କୁହାଯାଇଛି। ଏହା ଓଡ଼ିଶାଲାଇଭ୍ର ନିଜସ୍ୱ ମତ ନୁହଁ।