ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ କ୍ୟାନସରର ୪ଟି ଷ୍ଟେଜ୍ ରହିଥାଏ। ଚତୁର୍ଥ ତଥା ଶେଷ ଷ୍ଟେଜକୁ ହାଇଗ୍ରେଡ କ୍ୟାନସର ବା ମେଟାସ୍ଟେସାଇଜ୍‌ଡ କୁହାଯାଏ। ଏହି ଷ୍ଟେଜ ସବୁଠୁ ମାରାତ୍ମକ ହୋଇଥାଏ। ଏହି ଷ୍ଟେଜରେ କ୍ୟାନସର ଜୀବାଣୁ ମୁଣ୍ଡ, ପାକସ୍ଥଳୀ, ମୁତ୍ରାଶୟ ଓ ଶେଷରେ ବ୍ରେନକୁ ଆକ୍ରମଣ କରେ ଫଳରେ ରୋଗୀ ବଞ୍ଚିବାର ସମ୍ଭାବନା କମ୍‌ ରହିଥାଏ।

କ୍ୟାନସରର ୪ଟି ଷ୍ଟେଜ୍

ପ୍ରଥମ ଷ୍ଟେଜ୍- ଶରୀରର କୌଣସି ଏକ ସ୍ଥାନରେ କ୍ୟାନସରର ଛୋଟ ଟ୍ୟୁମର ହୋଇଥାଏ

ଦ୍ଵିତୀୟ ଷ୍ଟେଜ୍- ଟ୍ୟୁମର ଧିରେ ଧିରେ ବଢ଼ିବାକୁ ଲାଗେ

ତୃତୀୟ ଷ୍ଟେଜ୍- ଶରୀରର ଅନ୍ୟାନ୍ୟ ଜାଗାକୁ ବ୍ୟାପେ

ଚତୁର୍ଥ ଷ୍ଟେଜ୍- ଏହି ଷ୍ଟେଜ୍‌ରେ କ୍ୟାନସର ଜୀବାଣୁ ଶରୀରକୁ ଜୋରରେ ବ୍ୟାପିଥାଏ। ଏହାକୁ ମେଟାସ୍ଟେସାଇଜ୍‌ଡ କୁହାଯାଏ।

କ୍ୟାନସରର ଲକ୍ଷଣ

  • ତ୍ଵଚାରେ ପରିବର୍ତ୍ତନ ଆସିବା ସହ ଅସହନୀୟ ଯନ୍ତ୍ରଣା
  • ପେଟ ବିନ୍ଧିବା
  • ବିନା କାରଣରେ ରାତିରେ ଶରୀରରୁ ଝାଳ ବୋହିବା
  • ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବା
  • ଖାଦ୍ୟ ଗିଳିବା ସମୟରେ କଷ୍ଟ ଅନୁଭବ କରିବା
  • ପରିସ୍ରାରେ ରକ୍ତ ପଡ଼ିବା
  • ପରିସ୍ରା ସମୟରେ ଅଧିକ ଯନ୍ତ୍ରଣା ହେବା
  • କଫରେ ରକ୍ତ ପଡ଼ିବା
  • ବିନା ପରିଶ୍ରମରେ ହାଲିଆ ଲାଗିବା
  • ଭୋକ କମିଯିବା
  • ଖାଇବା ସମୟରେ ବା ଖାଇବା ପରେ କଷ୍ଟ ହେବ
  • ରାତିରେ ହଠାତ୍‌ ଝାଳ ବାହାରିବା
  • ଖାସିବା ସମୟରେ ରକ୍ତ ପଡ଼ିବା
  • ବିନା ପରିଶ୍ରମରେ ହାଲିଆ ହୋଇଯିବା
  • ଓଜନ କମିଯିବା

Comment