ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ବୁଧବାର ତାଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ସହ ଦୁବାଇ ଯାତ୍ରା କରିଛନ୍ତି। ସଞ୍ଜୟ ନିଜର କ୍ୟାନ୍‌ସର ଚିକିତ୍ସା ପାଇଁ ଦୁବାଇ ଯାଇଥିବା ଜଣାପଡ଼ିଛି।

ବିମାନରେ ବସିବା ପରେ ପତ୍ନୀ ମାନ୍ୟତା ଦତ୍ତ ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି। ଫଟୋରେ ସଞ୍ଜୁ ବାବା ବେଶ ପଜିଟିଭ ଥିବା ଦେଖିବାକୁ ମିଳିଛି। ଏଥିସହ ପ୍ରଂଶସକମାନେ ସଞ୍ଜୁଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରନ୍ତୁ ବୋଲି ମାନ୍ୟତା ଲେଖିଛନ୍ତି।BGU

କିଛି ଦିନ ତଳେ ସଞ୍ଜୟ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହି ଖବର ସଞ୍ଜୁଙ୍କ ପ୍ରଶଂସକଙ୍କୁ ଗଭୀର ମର୍ମାହତ କରିଥିଲା। ସେବେଠୁ ସଞ୍ଜୁ ମୁମ୍ବାଇରେ ନିଜର ଚିକିତ୍ସା କରୁଥିଲେ। ସେତେବେଳେ ମାନ୍ୟତା ଦୁବାଇରେ ଥିଲେ। ସ୍ୱାମୀଙ୍କ ଅସୁସ୍ଥ ଖବର ଶୁଣି ସେ ତୁରନ୍ତ ମୁମ୍ବାଇ ଆସିଥିଲେ।

Comment