ଓଡ଼ିଶାଲାଇଭ୍ ବ୍ୟୁରୋ

IAS Piyabrata

ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ଼ ୬୭ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ଆଜି ସକାଳ ୭.୩୦ଟା ବେଳେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ବହୁ ଦିନ ଧରି ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ ଏବଂ ମୁମ୍ବାଇରେ ତାଙ୍କର ଚିକିତ୍ସା ଚାଲୁଥିଲା।

CGU new

ଢ଼େଙ୍କାନାଳର ଜିଲ୍ଲାପାଳ ଭାବେ କାର୍ଯ୍ୟକରି ସେ ପ୍ରଥମେ ଲୋକଲୋଚନକୁ ଆସିଥିଲେ। ସେ ୧୯୭୬ ମସିହା ବ୍ୟାଚର ଆଇଏଏସ୍ ଥିଲେ ଏବଂ ଓଡ଼ିଶା ଜୁଡୋ ଆସୋସିଏସନର ଅଧ୍ୟକ୍ଷତା ମଧ୍ୟ କରିଥିଲେ। ଏହା ଛଡ଼ା ବିଭିନ୍ନ ପଦବୀରେ ରହି ନିଖୁଣ ଭାବରେ ନିଜର ଦାୟିତ୍ୱ ତୁଲାଇଥିଲେ ପ୍ରିୟବ୍ରତ।

କେବଳ ସେତିକି ନୁହେଁ, ଓଲିଉଡର ହିଟ୍ ଫିଲ୍ମ ‘ଚକା ଆଖି ସବୁ ଦେଖୁଛି’ କାହାଣୀର ସେ ଥିଲେ ରଚୟତା। ଜଣେ ଦାୟିତ୍ୱବାନ ଏବଂ ଯୋଗ୍ୟ ଅଫିସର ହେବା ସହ ସଂସ୍କୃତି ଏବଂ କ୍ରୀଡ଼ାରେ ମଧ୍ୟ ତାଙ୍କର ବେଶ୍ ରୁଚି ଥିଲା।

Comment