ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସୁସ୍ଥତା କାରଣରୁ ସାଇନଙ୍କ ବାୟୋପିକ ନଜର ଆସିବେନି ଶ୍ରଦ୍ଧା କପୁର।

ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ୱାଲଙ୍କ ବାୟୋପିକ ନଜର ଆସିବେନି ଶ୍ରଦ୍ଧା କପୁର। ତାଙ୍କ ସ୍ଥାନରେ ଏବେ ଫିଲ୍ମରେ ନଜର ଆସିବେ ଆଉ ଜଣେ ନାୟିକା। ସେ ହେଲେ ପରିଣିତି ଚୋପ୍ରା। ବହୁତ ଦିନ ହେଲା ବ୍ୟାଡମିଣ୍ଟନର ଟ୍ରେନିଙ୍ଗ ନେବାପରେ ଶଦ୍ଧ୍ରାଙ୍କୁ ଏହି ଫିଲ୍ମ ଛାଡ଼ିବାକୁ ପଡ଼ିଛି।

ତେବେ ଶ୍ରଦ୍ଧାଙ୍କ ସ୍ୱାସ୍ଥ୍ୟ ଖରାପ ରହିଥିବାରୁ ତାଙ୍କ ସ୍ଥାନରେ ପରିଣିତିଙ୍କୁ ରିପ୍ଲେସ କରାଯାଇଛି।

ଏହି ଫିଲ୍ମର ସୁଟିଂ ୨୦୧୮ରେ ଆରମ୍ଭ ହୋଇଥିଲା। ଫିଲ୍ମରେ ଶ୍ରଦ୍ଧାଙ୍କ ଫାର୍ଷ୍ଟ ଲୁକ୍‌ ମଧ୍ୟ ନଜର ଆସିଥିଲା। ହେଲେ ଶ୍ରଦ୍ଧା ଅସୁସ୍ଥ ଥିବାରୁ ଫିଲ୍ମର ସୁଟିଂ ରୋକା ଯାଇଥିଲା। ଶେଷରେ ଫିଲ୍ମ ମେକର ଶ୍ରଦ୍ଧାଙ୍କ ସ୍ଥାନରେ ପରିଣିତିଙ୍କୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ପରିଣିତିଙ୍କୁ ନେଇ ପୁଣିଥରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ଫିଲ୍ମଟି ୨୦୨୦ ପ୍ରଥମ ଭାଗରେ ରିଲିଜ ହେବ।

ଭୂଷଣ କୁମାରଙ୍କ ପ୍ରଯୋଜିତ ଓ ଅମୋଲ ଗୁପ୍ତାଙ୍କ ନିର୍ଦ୍ଦେ ଶିତ ଏହି ଫିଲ୍ମ ପାଇଁ ଶ୍ରଦ୍ଧା ଖୁବ୍‌ ପରିଶ୍ରମ କରୁଥିଲେ।

Comment