ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଖାଇବା ବେଳେ ପାଣି ପିଇବା ଅନେକଙ୍କର ଏକ ଅଭ୍ୟାସ। ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଖାଇବା ମଝିରେ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହି ଅଭ୍ୟାସ ଆହୁରି ଅନେକ ସମସ୍ୟା ସୃଷ୍ଟି କରିପାରେ।

ତେବେ ଜାଣନ୍ତୁ ଖାଇବା ସମୟରେ ପାଣି ପିଇଲେ କ’ଣ ସବୁ ସମସ୍ୟା ହୋଇଥାଏ।

ଖାଇବା ମଝିରେ ପାଣି ପିଇବା ଦ୍ୱାରା ଖାଦ୍ୟ ଠିକ୍‌ ଭାବେ ହଜମ ହୋଇନଥାଏ।

ଫଳରେ ଖାଦ୍ୟରେ ଥିବା ଗ୍ଲୁକୋଜ ଚର୍ବିରେ ପରିଣତ ହୋଇଥାଏ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ବୃଦ୍ଧି ହୋଇଥାଏ। ଓଜନ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ। ଯାହା ପରବର୍ତ୍ତୀ ସମୟରେ ମେଦବହୁଳତାର କାରଣ ହୋଇପାରେ।

ଏକ ସର୍ଭରେୁ ଜଣାପଡ଼ିଛି ଖାଇବା ସମୟରେ ପାଣି ପିଇଲେ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ କେବଳ ପାଣି ନୁହେଁ ଏହି ସମୟରେ ଅନ୍ୟ ଥଣ୍ଡା ପାନୀୟ ପିଇଲେ ସ୍ୱାସ୍ତ୍ୟ ପ୍ରତି କ୍ଷତିକାରକ ହୋଇପାରେ।

Comment