ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ରହିବା ପାଇଁ ସମସ୍ତେ ଚାହାନ୍ତି। ତାହା ଲାଗି ଲୋକେ ଅନେକ କିଛି ଉପାୟ ଆଣାଇଥାନ୍ତି। କେହି ଯୋଗ କରିଥାନ୍ତି ତ ଆଉକେହି ଜିମ୍‌ ଜାଇ ନିଜକୁ ଫିଟ୍‌ ରଖିବାକୁ ଚେଷ୍ଟା କରିଥାନ୍ତି।

ଆଜିକାଲି ଅନେକ ସ୍ଥାନରେ ମଡର୍ଣ୍ଣ ଜିମ୍‌ ସବୁ ଖୋଲୁଛି। ଯେଉଁଠି ଅନେକ ପ୍ରକାର ଇନଷ୍ଟ୍ରୁମେଣ୍ଟ ରହୁଛି। ମାତ୍ର ଆଜି ବି ଅନେକ ଲୋକ ଜିମ୍‌ ଅପେକ୍ଷା ଯୋଗକୁ ପସନ୍ଦ କରିଥାନ୍ତି। ଆମେ ଆଜି ଯୋଗକୁ ନେଇ ଏମିତି ଖବର କହିବାକୁ ଯାଉଛି ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ସାଧାରଣ ବିୟର ଶରୀର ଲାଗି କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି। ହେଲେ ଜର୍ମାନୀର ଏକ ଯୋଗ ସେଣ୍ଟରରେ ଲୋକେ ଯୋଗ କରିବା ସହିତ ବିୟର ପିଇଥାନ୍ତି। ଫିଟ୍ ରହିବା ଲାଗି ଯୋଗ ସହ ବିୟର ପିଅନ୍ତି ଲୋକେ।

ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଏମାନଙ୍କର ରହିଛି ବିଶ୍ୱାସ। ଏହି ଯୋଗକୁ ‘ବିୟର ଯୋଗ’ ବୋଲି କୁହାଯାଏ। ଏହି ଯୋଗର ନାଁ ଶୁଣିବା ପରେ ଅନେକ ଲୋକ ଏଠାକୁ ଯୋଗ କରିବା ଲାଗି ଆସୁଛନ୍ତି। ଏଠି ଯୋଗ ଶିକ୍ଷା ନେଉଥିବା ବ୍ୟକ୍ତିମାନେ କୁହନ୍ତି ଯୋଗ ଆରମ୍ଭ କରିବା ପୂର୍ବରୁ ସମସ୍ତେ ଗୋଟିଏ ଢୋକ ବିୟର ପିଇଥାଆନ୍ତି। ଯାହା ସେମାନଙ୍କ ମସ୍ତିଷ୍କକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ।

ତେବେ କେବଳ ବିୟର ପିଇକି ଏଠାରେ ଯୋଗ କରାଯାଏ ନାହିଁ। ଏହାର ବୋତଲକୁ ମୁଣ୍ଡ ଉପରେ ରଖି ବାଲାନ୍ସ ମଧ୍ୟ କରିବାକୁ ପଡେ। କେବଳ ଜର୍ମାନୀ କାହିଁକି ଏବେ ଏହା ଅନ୍ ଲାଇନରେ ଉପଲବ୍ଧ ହେଉଥିବାରୁ ଏହି ଯୋଗକୁ ଆମେରିକା ଓ ଅଷ୍ଟ୍ରେଲିଆର ଲୋକେ ବେଶ୍ ପସନ୍ଦ କରୁଛନ୍ତି। ଅଷ୍ଟ୍ରେଲିଆର ସିଡନୀ ଓ ମେଲବର୍ଣ୍ଣରେ ‘ବିୟର ଯୋଗ’ବେଶ ପ୍ରସିଦ୍ଧ। ୨୦୧୫ରେ ‘ବିୟର ଯୋଗ’ଆରମ୍ଭ ହୋଇଥିଲା ଯାହା ଏବେ ବେଶ ଲୋକପ୍ରିୟ ହୋଇଛି।

Comment