ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୯ ଲୋକସଭା ସମେତ ୫୪ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ତାଲିକାକୁ ନେଇ ଦିଲ୍ଲୀ ଅଙ୍କ କଷୁଥିବା ବେଳେ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା କରି ରାଜ୍ୟ ରାଜନୀତିକୁ ଚମକାଇଛନ୍ତି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୫୪ଟି ବିଧାନସଭା ଆସନରେ ନବୀନ ମାତ୍ର ୧୦ଟି ଜାଗାରେ ମହିଳା ପ୍ରାର୍ଥୀ ଦେଇଛନ୍ତି।
କୋରାପୁଟ ଜିଲ୍ଲା କୋଟପାଡ଼ରେ ନବୀନ ମହିଳା ପ୍ରାର୍ଥୀ ଦେଇଛନ୍ତି। ଏଠାରୁ ପଦ୍ମିନୀ ଦିଆନ ପ୍ରାର୍ଥୀ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଚିକିଟିରୁ ଉଷା ଦେବୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ଗଜପତି ଜିଲ୍ଲା ମୋହନାରୁ ପୂର୍ଣ୍ଣବାସୀ ନାୟକ, କବିସୂର୍ଯ୍ୟନଗର ବିଧାନସଭା ଆସନରୁ ଲତିକା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ବିଜେଡି।
ଖଲିକୋଟ ବିଧାନସଭା ଆସନରୁ କେ କେ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଟିଟିଲାଗଡ଼ରୁ ପୁଣି ଟୁକୁନି ସାହୁଙ୍କୁ ଟିକେଟ ଦେଇଛି ବିଜେଡି। ଅତାବିରାରୁ ପୁଣି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟିକେଟ ମିଳିଛି। ଆସ୍କା ବିଧାନସଭା ଆସନରୁ ମଞ୍ଜୁଳା ସ୍ବାଇଁଙ୍କୁ ଟିକେଟ ମିଳିଛି।
କିଏ ହେଲେ ନୂଆ ମହିଳା ପ୍ରାର୍ଥୀ?
କୋଟପାଡ଼ – ପଦ୍ମିନୀ ଦିଆନ
ମୋହନା – ପୂର୍ଣ୍ଣବାସୀ ନାୟକ
ସାନଖେମୁଣ୍ଡି – ନନ୍ଦିନୀ ଦେବୀ
ଖଲିକୋଟ – କେ କେ ସୂର୍ଯ୍ୟମଣୀ ବୈଦ୍ୟ
କବିସୂର୍ଯ୍ୟନଗର – ଲତିକା ପ୍ରଧାନ
ଆସ୍କା – ମଞ୍ଜୁଳା ସ୍ୱାଇଁ

















