ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେଙ୍କ ଇସ୍ତଫା। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି। ନିକଟରେ ସୁନ୍ଦରଗଡ଼ ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଥିଲେ।
ଏନେଇ କୁସୁମ୍ କହିଛନ୍ତି, “ଦଳ ମୋତେ ଅଣଦେଖା କରିଛି। ୩୩ ପ୍ରତିଶତ ସରଂକ୍ଷଣ ନାଁରେ ନବୀନ ବାବୁ ଧୋକା ଦେଲେ। ଯାହାର ବିପକ୍ଷରେ ସେ ପ୍ରଚାର କରୁଥିଲେ, ଦଳ ତାଙ୍କୁ ଆଣି ପ୍ରାର୍ଥୀ କରିଛି।”
ସେ କେଉଁ ଦଳକୁ ଯିବେ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏନେଇ ସେ କହିଛନ୍ତି ଯେ ତାଙ୍କ କର୍ମୀମାନେ ଯାହା କହିବେ ସେ ସେୟା କରିବେ।
କୁସୁମ୍ ଟେଟେ ଗତଥର ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଏବଂ ପରାଜିତ ହୋଇଥିଲେ।












