ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ସାରା ଦେଶରେ  ହୋଲି ଉତ୍ସବ ପାଳନ କରାଯାଉଛି। ଶୁକ୍ରବାର ସବୁଠି ଲୋକେ ହୋଲି ଖେଳିବେ ଏଥିଲାଗି କେତେ କଣ ପ୍ରସ୍ତୁତି।

ବଜାରରେ ଲୋକଙ୍କ ପସନ୍ଦକୁ ଆଖି ଆଗରେ ରଖି ଅବିର ଅବା ରଙ୍ଗ ବିକ୍ରି କରାଯାଉଛି। କେବଳ ରଙ୍ଗ କି ଅବିର ନୁହଁ ଆହୁରି ଅନେକ କିଛି ଉପଲବ୍ଧ ହେଉଛି।

ଅନେକ ସମୟରେ ହୋଲି ଖେଳରେ ଲୋକେ ଏତେ ମସଗୁଲ ଥାନ୍ତି ଯେ ନିଜ ହେଲଥ ବାବଦରେ ଭାଗିନଥାନ୍ତି। ତେଣୁ ହୋଲି ଖେଳିବା ପରେ ଅନେକଙ୍କ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇଥାଏ। ତେଣୁ ଆମେ ଆପଣଙ୍କୁ କିଛି ହେଲଥ ଟିପ୍ସ ଦେବୁ ଯାହା ଆପଣ ହୋଲି ଖେଳିବାକୁ ଯିବା ପୂର୍ବରୁ ପାଳନ କଲେ ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ବି ସୁରକ୍ଷିତ ରଖିପାରିବେ।

ଆଖିର ବିଶେଷ ଯତ୍ନ ନିଅନ୍ତୁ

ହୋଲି ଖେଳିବାକୁ ଯିବା ବେଳେ ନିଜର ଆଖିର ଯତ୍ନ ବିଶେଷ ଭାବେ ରଖନ୍ତୁ। ଯେମିତି କୌଣସି ପ୍ରକାର ରଙ୍ଗ ଆପଣଙ୍କ ଆଖିରେ ନପଡେ ସେଥିପ୍ରତି ଯତ୍ନବାନ ରୁହନ୍ତୁ। ଯଦି କେବେ ଆଖିରେ ରଙ୍ଗ ପଡ଼ିଯାଉଛି ତେବେ ସଙ୍ଗେ ସଙ୍ଗେ ଆଖିକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ହୋଲି ଖେଳିବାକୁ ଯିବା ପୂର୍ବରୁ ବି ଆଖିକୁ ଭଲଭାବେ କିଛି ସମୟ ପାଣିରେ ଧୋଇଦିଅନ୍ତୁ। ଯଦି ସମ୍ଭବ ତେବେ ସନ୍‌ ଗ୍ଲାସ ପିନ୍ଧି ହୋଲିଖେଳିଲେ ଆପଣ ଆପଣଙ୍କ ଆଖିକୁ ସୁରକ୍ଷିତ ରଖିପାରିବେ।

ନଖର ଯତ୍ନ ନିଅନ୍ତୁ

ସାଧାରଣତଃ ଝିଅ ମାନେ ନିଜକୁ ସଜେଇବାକୁ ଖୁବ୍‌ ଭଲପାଇଥାନ୍ତି। ତେଣୁ ଯେତେବେଳେ ହୋଲି ଖେଳିବାକୁ ଯାଉଛନ୍ତି ସେତେବେଳେ ଆପଣ ମାନେ ନଖରେ ନେଲପଲିସ୍‌ ଲଗାନ୍ତୁ ତାପରେ ହୋଲି ଖେଳିବାକୁ ଯାଆନ୍ତୁ କାରଣ ରଙ୍ଗ ନେଲପଲିସରେ ଲାଗିଲେ ତାହା ଖୁବଶୀଘ୍ର ଛାଡ଼ିଯାଇଥାଏ।

କେଶର ଯତ୍ନ

ହୋଲି ଖେଳିବାକୁ ଯିବା ପୂର୍ବରୁ ମୁଣ୍ଡରେ ଟୋପି ପିନ୍ଧନ୍ତୁ। ନହେଲେ ଷ୍ଟଲକୁ ଭଲକରି ମୁଣ୍ଡରେ ବାନ୍ଧିଦିଅନ୍ତୁ। ଅଥବା କେଶରେ ଅଧିକ ତେଲ ଲଗାନ୍ତୁ କାରଣ କେଶରେ ତେଲ ଥିଲେ ରଙ୍ଗ ଛଡ଼ାଇବାରେ ଅଧିକ ସମୟ ଲାଗିନଥାଏ।

Comment