ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୁଶାନ୍ତ ସିଂ। ଭଟଲି ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଲାଗି ସୁଶାନ୍ତ ସିଂ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବରଗଡ ଅତିରିକ୍ତ ଜିଲ୍ଲାପାଲ୍ଲଙ୍କ ପାଖରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

୪ସେଟ ପ୍ରାର୍ଥିପତ୍ର ଦାଖଲ ସହ ସୁଶାନ୍ତ ନିଜ ସତ୍ୟପାଠ ଜରିଆରେ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ମଧ୍ୟ ପ୍ରଦାନ କରିଛନ୍ତି।

ସୁଶାନ୍ତ ସିଂ ପୂର୍ବରୁ ବିଜେଡି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ସେ ଶ୍ରମ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ପଶ୍ଚିମ ଓଡ଼ିଶାର ସେ ଜଣେ ଟାଣୁଆ ନେତା। ସେ ପ୍ରାର୍ଥୀ ଦାଖଲ କରିବା ସହ ଆଗାମୀ ନିର୍ବାଚନରେ ଜିତିବେ ବୋଲି ଆଶାବାଦୀ ଅଛନ୍ତି। ନବୀନ ସରକାରଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ସୁଶାନ୍ତଙ୍କୁ ମନ୍ତ୍ରୀ ପଦ ଦିଆଯାଇଥିଲା। ଏହା ସହିତ ବିଜେପୁର ଉପନିର୍ବାଚନ ବେଳେ ରୀତିସାହୁ ଜିତିବା ପଛରେ ସୁଶାନ୍ତ ସିଂଙ୍କର ବଡ଼ ଭୂମିକା ଥିଲା।

Comment