ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ପ୍ରତି ଦିନ ଖାଇବାରେ ସମସ୍ତେ ଆଳୁର ବ୍ୟବହାର କରିଥାନ୍ତି। ଏମତିକି ଆଳୁ ଅନେକଙ୍କର ପ୍ରିୟ ପରିବା। ହେଲେ ଆପଣ ଜାଣନ୍ତି କି,ଆଳୁ ରସ ଦ୍ୱାରା ତ୍ୱଚା ଓ କେଶର ଉପଚାର କରିଯାଇପାରିବ। ବ୍ରଣ, ଡାର୍କ ସର୍କେଲ ଏବଂ କେଶ ସମସ୍ୟା ପାଇଁ ମଧ୍ୟ ଆଳୁର ବ୍ୟବହାର କରାଯାଇପାରିବ।

ଜାଣନ୍ତୁ କେମିତି କରିବେ ପ୍ରୟୋଗ

ବ୍ରଣ ସମସ୍ୟା ଦୂର କରିବା ପାଇଁ ଏକ ଗିନାରେ ଆଳୁ ରସ, ଲେମ୍ବୁ ରସ ଓ ଅଳ୍ପ ମୁଲତାନି ମାଟିର ମିଶ୍ରଣ କରନ୍ତୁ। ଏହି ମିଶ୍ରଣକୁ ମହଁରେ ଲଗେଇ ପାରିବେ। ଏହି ମଶ୍ରଣ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବେ ସଫା କରିବାକୁ ଆଦୌ ଭୁଲିବେ ନାହିଁ।

ଗୋଲାପ ଜଳରେ ମୁହଁକୁ ସଫା କରିବା ପରେ ଆଳୁରସ. ଲେମ୍ବୁରସ ଓ ମୁଲତାନୀ ମାଟିରେ ପ୍ରସ୍ତୁତ ଫେସ୍‌ପ୍ୟାକୁ ମୁହଁରେ ୧୫ରୁ ୨୦ ମିନିଟ୍‌ ଲଗାଇ ରଖନ୍ତୁ। ତାପରେ ଧୀରେ ଧୀରେ ମୁହଁରୁ ଏହି ମିଶ୍ରଣକୁ ସଫା କରନ୍ତୁ। ଗୋଟିଏ ସପ୍ତାହରେ ୩/୪ ଥର ଏହାର ପ୍ରୟୋଗ କଲେ ଫରକ ଅନୁଭବ କରିପାରିବେ।

ମୁହଁରେ ଡାର୍କ ସର୍କଲ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। ମୁହଁରୁ ଡାର୍କ ସର୍କଲ ହଟାଇବା ପାଇଁ ଆଳୁରସର ବ୍ୟବହାର କରିପାରିବେ।

କେବଳ ତ୍ୱଚା ପାଇଁ ନୁହେଁ ଆଳୁରସ କେଶ ପାଇଁ ମଧ୍ୟ ବେଶ୍‌ ଉପକାରୀ। କେଶ ଝଡ଼ିବା, ରୂପି ଭଳି ସମସ୍ୟାକୁ ଦୂର କରିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆଳୁ ରସରେ ଅଳ୍ପ ଆଲୋଭେରା ଜେଲ ଓ ମହୁ ମିଶାଇ କେଶରେ ଲଗାଇପାରିବେ।

ସପ୍ତାହରେ ଗୋଟିଏ ଥର ଏକ ଘଣ୍ଟା ପାଇଁ କେଶରେ ଏହାକୁ ଲଗାନ୍ତୁ। ଘଣ୍ଟେ ପରେ ଖାଲି ପାଣିରେ କେଶକୁ ଧୋଇ ତା’ ପର ଦିନ କେଶକୁ ସାମ୍ପୋ କରନ୍ତୁ।

Comment