ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ)  ସମୟ ବଦଳୁଛି। ତା ସହିତ ବଦଳୁଛି ମଣିଷର ଜୀବନ ଶୈଳୀ ଓ ଖାଦ୍ୟ ରୁଚିା ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସହରର ରାସ୍ତା କଡ଼ରେ ଥିବା ଫଳ ଦୋକାନଗୁଡିକରେ ଫଳ ରସ, ବେଲପଣା ସହିତ ଫ୍ରୁଟ୍ ସାଲାଡ୍ ବିକ୍ରି ହେଉଛି।

ବିଶେଷକରି କଲେଜଛକ, ଷ୍ଟେସନ ବଜାର, ବକ୍ସିବଜାର, ଚୈାଧୁରୀ ବଜାର ଓ ଦୋଳମୁଣ୍ଡାଇ ଆଦି ସ୍ଥାନରେ ରାସ୍ତାକଡରେ ଥିବା ଫଳ ଦୋକାନଗୁଡିକରେ ବର୍ତ୍ତମାନ ଫ୍ରୁଟ ସାଲାଡ ଉପଲବ୍ଧ ହେଉଛି।

ଫ୍ରୁଟ ସାଲାଡରେ ରହୁଛି  ତରଭୂଜ, ସପୁରି, କାକୁଡି, ପିଜୁଳି, ଅଙ୍ଗୁର, କମଳା, ପାଚିଲା ଅମୃତଭଣ୍ଡା, କଦଳୀ ପ୍ରଭୃତି ଫଳା ଏହାକୁ ସ୍ୱତନ୍ତ୍ର ଡିଜାଇନରେ କଟାଯାଇ ଏଥିରେ ଚାଟ୍ ମସଲା ମିଶାଇ ଗ୍ରାହକମାନଙ୍କୁ ପରସା ଯାଉଛି। ଫ୍ରୁଟ ସାଲାଡ ପ୍ଲେଟର ଦାମ୍ ରହିଛି ୨୦ ଟଙ୍କା।

ଦିନ ବେଳା ଓ ସନ୍ଧ୍ୟା ଉଭୟ ସମୟରେ ସହରର ବିଭିନ୍ନ ଫଳ ଦୋକାନରେ ଏହି ଫ୍ରୁଟ ସାଲାଡ ମିଳୁଛି  କଲେଜ ପଢୁଆ ଛାତ୍ରଛାତ୍ରୀ, କର୍ମଜୀବୀ ମହିଳା, ଗୃହିଣୀ, ବାଟୋଇ, ବୃଦ୍ଧ, ଯୁବକ, ଆଦି ସମସ୍ତ ବର୍ଗର ଗରାଖଙ୍କୁ ଆକୃଷ୍ଟ କରିପାରୁଛି ଏହି ଫ୍ରୂଟ ସାଲାଡ୍। ସ୍ୱାଦିଷ୍ଟ ସହିତ ଶରୀର ଓ ମନକୁ ତାଜା ରଖୁଥିବାରୁ ସଂପ୍ରତି ଏହି ଫ୍ରୁଟ ସାଲାଡର ଆଦର ବେଶ୍ ବଢିଯାଇଛି । ସେହିପରି ବଢୁଥିବା ସୂର‌୍ୟ୍ୟ ତାପରୁ ଟିକିଏ ଆରାମ ପାଇଁ ରାସ୍ତାରେ ଯାତାୟତ କରୁଥିବା ବିଭିନ୍ନ ବର୍ଗର ଗରାଖ ଏହାକୁ ଖାଇବା ପାଇଁ ବେଶ ପସନ୍ଦ କରୁଛନ୍ତିା ସେହିପରି ଫ୍ରୂଟ ସାଲାଡ ପାଚନ କ୍ରିୟାରେ ସହାୟକ ହେଉଥିବାରୁ ଗ୍ରାହକଙ୍କୁ ଏହା ବେଶ ଆକୃଷ୍ଟ କରିପାରୁଛିା

ଏହାଛଡା ଗ୍ରୀଷ୍ମ ଋତୁରେ ଉପଲବ୍ଧ ହେଉଥିବା କାକୁଡି, ବେଲ, ପିଜୁଳି, ତରଭୂଜ ଆଦି ଫଳକୁ ଗରାଖ ବେଶ ଆଦର କରୁଛନ୍ତି। ବିଭିନ୍ନ କିସମର ଫଳଗୁଡିକର ମୂଲ୍ୟ ୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛିା

ଖରାଦିନେ ଫଳ ଶରୀର ପାଇଁ ବେଶ୍ ଉପଯୋଗୀ। ଫ୍ରୁଟ ସାଲାଡ ଏବେ ରାସ୍ତାକଡ଼ରେ ମିଳିଯାଉଥିବାରୁ ଅନ ଖାଦ୍ୟ ତୁଳନାରେ ଏହାକୁ ଖାଇବା ପାଇଁ ପସନ୍ଦ କରୁଛନ୍ତି। ୨୦ ଟଙ୍କାରେ ଏହା ଉପଲବ୍ଧ  ହେଉଥିବାରୁ ତାହା ପକେଟକୁ ସୁହାଉଛି। ଅନ୍ୟ ଷ୍ଟ୍ରୀଟ ଫୁଡ ଅପେକ୍ଷା ଫ୍ରୁଟ ସାଲାଡ୍ ଚଳିତବର୍ଷ ରୈାଦ୍ରତାପର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଫ୍ରୁଟ ସାଲାଡର ବ୍ୟବସାୟ ଭଲ ହେବ ବୋଲି ଦୋକାନୀମାନେ ଆଶା ବାନ୍ଧିଛନ୍ତି ।

Comment