ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍‌ବସ୍‌ ପରି ଶୋ’ରେ ସୁଯୋଗ ପାଇବାର ଅର୍ଥ ଲୋକପ୍ରିୟତା ହାତପାହାନ୍ତରେ। ବିଗ୍‌ବସ୍‌ ମଞ୍ଚରେ ସୁଯୋଗ ପାଇବାର ମାନେ ରାତାରାତି ସେଲିବ୍ରିଟି ପାଲଟି ଯାଆନ୍ତି। ବିଗ୍‌ବସ୍‌ ୧୨ର ବିଜୟିନୀ ଦୀପିକା କକ୍କଡ ବିଗ୍‌ବସ୍‌ ମୁକୁଟ ପିନ୍ଧିବା ପରେ ୟେ ହେ ମୋହବତେଁ ସିରିୟଲରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ବିଗ୍‌ବସ୍‌ ଘରେ ଥିବାବେଳେ ହିଁ ମୁକ୍ତିଲାଭ କରିଥିଲା ତାଙ୍କର ପ୍ରଥମ ଫିଲ୍ମ ପଲଟନ। ଜାଣନ୍ତୁ ବିଗ୍‌ବସ୍‌ ବିଜୟିନୀ ଏବେ କ’ଣ କରୁଛନ୍ତି।

ଶ୍ୱେତା ତିୱାରୀ

୨୦୧୧ରେ ବିଗ୍‌ବସ୍‌ ସିଜନ-୪ର ୱିନର ଶ୍ୱେତା ତିୱାରୀଙ୍କୁ ବିଗ୍‌ବସ୍‌ ପୂର୍ବରୁ କୌସଟି ଜିନ୍ଦେଗୀ ଭଳି କେତେକ ସିରିୟଲରେ ଅଭିନୟ କରିଛନ୍ତି। ଶ୍ୱେତା ନିଜ ଅଭିନୟ ଯୋଗୁଁ ଖୁବ୍‌ ଲୋକପ୍ରିୟତା ହାସଲ କରିପାରିଥିଲେ। ବିଗ୍‌ବସ୍‌ ଜିତିବା ପରେ ସେ କିଛି ଦିନ ଚର୍ଚ୍ଚାରେ ରହିଥିଲେ। ଏହାପରେ ସେ ପରବରିଶ୍‌ରେ ଦେଖାଦେଲେ। ୨୦୧୩ରେ ସେ ଆକ୍ଟର ଅଭିନବ କୋହଲିଙ୍କୁ ବିବାହ କରିଥିଲେ। ୨୦୧୬ରେ ଏକ ପୁତ୍ର ସନ୍ତାନର ମା’ ହେଲେ।

ଜୁହି ପରମାର

୨୦୧୨ରେ ବିଗ୍‌ବସ୍‌ ସିଜନ-୫ରେ ବିଜୟିନୀ ଜୁହି ବିଗ୍‌ବସ୍‌ ଆସିବା ପୂର୍ବରୁ କୁମ୍‌କୁମ୍‌, ବିରାସତ ଆଦିରେ ଅଭିନୟ କରୁଥିଲେ।  ବିଜୟିନୀ ହେବା ପରେ ୨୦୧୩ରେ ସେ ଏକ କମନ୍ୟା ସନ୍ତାନର ଜନନୀ ହେଲେ। ନିଜ ସ୍ୱାମୀ ଅଭିନେତା ସଚିନ୍ ଶ୍ରଫଙ୍କୁ ଛାଡ଼ପତ୍ର ଦେଇ ଝିଅ ସହ ପିତାମାତଙ୍କ ସହ ରହୁଛନ୍ତି। ବିଗ୍‌ବସ୍‌ ୧୨ରେ ଅତିଥି ଭାବେ ଆସିଥିଲେ ଜୁହି।

ଉର୍ବଶୀ ଢୋଲକିଆ

ଟେଲି ଦୁନିଆରେ କୌସଟି ଜିନ୍ଦେଗି କେର କୋମଲିକା ଭାବେ ଲୋକପ୍ରିୟତା ହାସଲ କରିଥିଲେ ଉର୍ବଶୀ। ବିଗ୍‌ବସ୍‌-୬ରେ ସେ ବିଜୟିନୀ ହୋଇଥିଲେ। ବିଗ୍‌ବସ୍‌ ଜିତିବାର ତିନିବର୍ଷ ପରେ ସେ ବଡି ଦୂର ସେ ଆୟେ ହେଁରେ ନଜର ଆସିଥିଲେ।

ଶିଳ୍ପା ସିନ୍ଦେ

୨୦୧୭ରେ ବିଗ୍‌ବସ୍‌ ୧୧ରେ ବିଜୟିନୀ ଶିଳ୍ପା ସିନ୍ଦେ ପପୁଲାର ଧାରବାହିକ ଚିଡିଆ ଘର ଓ ଭାବିଜୀ ଘର ପର ହେଁ ପରି ଶୋ’ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ବିଗ୍‌ବସ୍‌ ବିଜୟିନୀ ପରେ ତାଙ୍କୁ କିଛିଟା ଶୋ’ରେ ଦେଖିବାକୁ ମିଳିଥିଲା। ନିକଟରେ ସେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ନିର୍ବାଚନରେ ଲଢ଼ିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

Comment