ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁଚୁରା ପାଞ୍ଚ ଟଙ୍କା ପାଇଁ ୩ ଯୁବକଙ୍କୁ ମାଡ଼ ମାରିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ। ଖୁଚୁରା ପଇସା ପାଇଁ ଗଣ୍ଡଗୋଳ ଘଟି ପେଟ୍ରୋଲ ପମ୍ପର କର୍ମଚାରୀ ଗ୍ରାହକଙ୍କୁ ମାଡ଼ ମାରିବା ସହ ଆଣ୍ଠେଇ ଦେଇଛନ୍ତି। ଘଟଣାଟି ଶନିବାର ରାତିରେ ବାଲେଶ୍ଵରର ଉତ୍ତରେଶ୍ଵର ବଜାର ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ ଟାଙ୍କିରେ ଘଟିଛି।

ମାଡ଼ ଖାଇଥିବା ୩ଜଣ ଯୁବକ ମାର୍କୋଣାସ୍ଥିତ ନିଜ ଭଉଣୀ ଘରକୁ ଯାଇଥିଲେ। ସେଠାରୁ ରାତିରେ ଫେରିବାବେଳେ ପେଟ୍ରୋଲ ଟାଙ୍କିରେ ତେଲ ପକାଇଥିଲେ। ଏହା ପରେ ପାଞ୍ଚ ଟଙ୍କାକୁ ନେଇ ଯୁବକ ଓ କର୍ମଚାରୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା।

କର୍ମଚାର ତାଙ୍କୁ ପାଞ୍ଚ ଟଙ୍କିଆ କଏନ ନଦେଇ ଖୁଚୁରା ଏକ ଟଙ୍କିଆ, ଦୁଇ ଯଙ୍କିଆ ଦେଇଥିବାରୁ ସେମାନଙକ ଭିତରେ ପାଟିତୁଣ୍ଡ ହୋଇଥିଲା। କର୍ମଚାରୀ ତାଙ୍କୁ ମାଡ଼ ମାରିବା ସହ ଆଣ୍ଡେଇ ଦେଇଥିଲେ। ପରେ ସୋରୋ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା।

LEAVE A REPLY

Please enter your comment!
Please enter your name here