ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନୁଷ୍ୟ ସବୁବେଳେ ଖୁସିରେ ରହିବାକୁ ଚାହିଁଥାଏ। ଏହାସହିତ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାଏ କି ତାର ଆଗାମୀ ଦିନ କେମିତି କଟିବ। ଏହାକୁ ନେଇ ଅନେକ ଲୋକ ଚିନ୍ତାରେ ବି ଥାନ୍ତି।

ଅନେକଙ୍କ ଶରୀରର ବିଭିନ୍ନ ସ୍ଥାନରେ କଳାଜାଇ ଦେଖିବାକୁ ମିଳିଥାଏ। ମୁହଁର ବିଭିନ୍ନ ସ୍ଥାନରେ କଳାଜାଇ ଦେଖିବାକୁ ମିଳିଥାଏ। ଆପଣ ଜାଣିଛନ୍ତି ପ୍ରତିଟି କଳାଜାଇ ଆପଣଙ୍କ ଭବିଷ୍ୟତ ବାବଦରେ କିଛି ନା କିଛି ସଙ୍କେତ ଦେଇଥାନ୍ତି। ଆଜି ଆମେ କହିବାକୁ ଯାଉଛୁ ମୁହଁରେ କେଉଁଠି କଳାଜାଇ ରହିଲେ ଶୁଭ କେଉଁଠି କଳାଯାଇ ରହିଲେ ଅଶୁଭ।

କପାଳର ଥିବା କଳାଜାଇ

ଅନେକ ଲୋକଙ୍କ କପାଳରେ କଳାଯାଇ ଦେଖିବାକୁ ମିଳିଥାଏ। କପାଳର ଡାହାଣ ପଟେ କଳାଜାଇ ଥିଲେ ସେ ବ୍ୟକ୍ତି ପାଖରେ କେବେ ଟଙ୍କାର ଅଭାବ ରହିନଥାଏ ଅର୍ଥାତ ଟଙ୍କା ସେ ବ୍ୟକ୍ତି ପାଖରେ ସବୁବେଳେ ରହିଥାଏ।

ସେହିପରେ କପାଳର ମଝିରେ କଳାଜାଇ ଥିଲେ ସେ ବ୍ୟକ୍ତି ଭାଗ୍ୟବାନ ହୋଇଥାଏ। ସବୁବେଳେ ଭାଗ୍ୟ ସେ ଲୋକର ସାଥ ଦେଇଥାଏ।

ଯେଉଁ ବ୍ୟକ୍ତିଙ୍କର କପାଳର ବାମ ପଟେ କଳାଜାଇ ଥାଏ ସେ ବ୍ୟକ୍ତି ପାଖରେ ଟଙ୍କା ଆସିଥାଏ ସତ କିନ୍ତୁ ରହିନଥାଏ ଅର୍ଥାତ ଖର୍ଚ୍ଚି ସ୍ୱଭାବର ହୋଇଥାନ୍ତି।

ଆଖିରେ ଥିବା କଳାଜାଇ

ଖୁବ୍‌ କମ୍‌ ଲୋକଙ୍କ ଆଖି ଭିତରେ କଳାଜାଇ ଥାଏ। ଯେଉଁ ବ୍ୟକ୍ତିଙ୍କ ଆଖିରେ କଳାଜାଇ ଥାଏ ସେମାନଙ୍କର ବିଚାର ବହୁତ ଭଲ ହୋଇଥାଏ। ସେମାନେ ଉଦାର ହୃଦୟର ବ୍ୟକ୍ତି ହୋଇଥାନ୍ତି। ଏମାନେ ସବୁବେଳେ ଅନ୍ୟର ଭଲ ଭାବିଥାନ୍ତି। ଅନ୍ୟକୁ କଷ୍ଟ ଦେଲାଭଳି କାମ କେବେ ବି କରିନଥାନ୍ତି।

ନାକରେ କଳାଜାଇ

ଯେଉଁମାନଙ୍କର ନାକ ଉପରେ କଳାଜାଇ ଥାଏ ସେମାନଙ୍କର ଲକ୍ଷ ସ୍ଥିର ଥାଏ। ସେମାନଙ୍କର ଲକ୍ଷ ବାରମ୍ବାର ବଦଳିନଥାଏ। ବିପରୀତ ଲିଙ୍ଗପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି।

ନାକ ତଳେ କଳାଜାଇ ଯେଉଁମାନଙ୍କର ଥାଏ ସେମାନେ ଅଧିକ ଶୋଇବାକୁ ପସନ୍ଦ କରିଥାନ୍ତି। ବିଳାସୀ ମିଜାଜର ହୋଇଥାନ୍ତି ସେମାନେ। ଅଧିକ କଷ୍ଟ କାମ କରିବାକୁ ପସନ୍ଦ କରିନଥାନ୍ତି।

ଯେଉଁ ବ୍ୟକ୍ତିଙ୍କର ନାକର ଡାହାଣ ପଟେ କଳାଜାଇ ଥାଏ ସେ ବ୍ୟକ୍ତିଙ୍କୁ ସବୁବେଳେ ସବୁସୁଖ ମିଳିଥାଏ। ଟଙ୍କାର କେବେ ଅଭାବ ହୋଇନଥାଏ।

ସେହିପରି ଯେଉଁମାନଙ୍କର ନାକର ବାମ ପଟେ କଳାଜାଇ ଥାଏ ସେମାନଙ୍କ ଜୀବନରେ ଅନେକ ସଂଘର୍ଷ ଆସିଥାଏ। ସଫଳତା ଖୁବ୍‌ କମ୍‌ ମିଳିଥାଏ।

ଓଠରେ କଳାଜାଇ

ଓପର ଉଠର ଡାହାଣ ପଟେ କଳାଜାଇ ଥିଲେ ସେ ବ୍ୟକ୍ତିକୁ ସବୁବେଳେ ଜୀବନସାଥୀର ସହଯୋଗ ମିଳିଥାଏ। ବାମପଟେ ଥିଲେ ଜୀବନସାଥୀଙ୍କ ସହିତ ବିବାଦ ଦେଖାଦେଇଥାଏ।

ତଳ ଓଠର ଡାହାଣ ପଟେ କଳାଜାଇ ଥିଲେ ସେ ବ୍ୟକ୍ତି ଜୀବନର ଅନେକ ପ୍ରସିଦ୍ଧି ପାଇଥାଏ। ଏହା ସହି ଏହି ବ୍ୟକ୍ତିମାନେ ଖାଇବାକୁ ସେତେ ଅଧିକ ପସନ୍ଦ କରିନଥାନ୍ତି।

ସେହିପରି ଯେଉଁ ବ୍ୟକ୍ତିଙ୍କର ଓଠର ବାମ ପଟେ କଳାଜାଇ ଥାଏ ସେମାନେ ଖାଇବାକୁ ଓ ନୂଆ ବସ୍ତ୍ର ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହାସହ ଏହି ବ୍ୟକ୍ତିଙ୍କୁ ଏକ ବିଶେଷ ରୋଗ ହେବାର ମଧ୍ୟ ଆଶଙ୍କା କରାଯାଇଥାଏ।

ଗାଲରେ କଳାଜାଇ

ଯେଉଁ ବ୍ୟକ୍ତିଙ୍କର ଡାହାଣ ଗାଲରେ କଳାଜାଇ ଥାଏ ସେମାନେ ଧନୀ ହୋଇଥାନ୍ତି ସେହିପରି ଯେଉଁ ବ୍ୟକ୍ତିଙ୍କର ବାମ ଗାଲରେ କଳାଜାଇଥାଏ ସେମାନେ ଅଧିକ ଖର୍ଚ୍ଚୀ ସ୍ୱାଭାବର ହୋଇଥାନ୍ତି।

Comment