ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପୂର୍ବରୁ ସାରା ଦେଶରୁ ବିପୁଳ ପରିମାଣ ଟଙ୍କା ଜବତ କରାଯାଇଛି। ଭାରତୀୟ ନିର୍ବାଚନ କମିଶନ ଜବତ ଟଙ୍କାର ତାଲିକା ପ୍ରକାଶ କରିଛନ୍ତି। ନିର୍ବାଚନ କମିଶନ ଦେଇଥିବା ତାଲିକା ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଏଥିସହିତ ୧୩୧ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି।

୮୯.୬୪ କୋଟି ଟଙ୍କାର ମଦ,  ୧୬୨ କୋଟି ୯୩ ଟଙ୍କାର ମୂଲ୍ୟବାନ ଧାତୁ, ୧୨ କୋଟିରୁ ଅଧିକ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ୨୫ ମାର୍ଚ୍ଚ ସୁଦ୍ଧା ଜବତ ହୋଇଛି ଏହି ଟଙ୍କା ଓ ସାମଗ୍ରୀ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୧ରେ ହେବ। ଏନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଜୋର କରିଛନ୍ତି। ନିର୍ବାଚନରେ ଟଙ୍କା ଓ ନିଶାଦ୍ରବ୍ୟ କାରବାରକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ।

Comment