ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ସମସ୍ତଙ୍କ ବାଡ଼ି ବଗିଚାରେ ପିଜୁଳି ଗଛ ଥାଏ। ତେଣୁ ଏହି ଫଳ ସହଜରେ ମିଳିଯାଏ। ଏଥିରେ ଫାଇବର, ଖଣିଜ ଓ ଖାଦ୍ୟସାର ପ୍ରଚୁର ପରିମାଣର ଥାଏ। ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ।

ଏହା ପ୍ରାୟତଃ ସମସ୍ତଙ୍କ ପାଇଁ ଉପକାରୀ। ପିଜୁଳି ଅନେକ ପ୍ରକାର ଶାରୀରିକ ସମସ୍ୟା ଦୂର କରିଥାଏ।

ଜାଣନ୍ତୁ ପିଜୁଳି ଖାଇଲେ ଫାଇଦା କ’ଣ ମିଳେ 

  • ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
  • ପିଜୁଳିରେ ଥିବା ଫାଇବର ମେଟାବୋଲିଜିମ୍‌ ଠିକ ରଖେ। ଯେଉଁମାନେ କୋଷ୍ଠକାଠିନ୍ୟରେ ପିଡ଼ୀତ ସେମାନେ ପିଜୁଳି ଖାଇଲେ ଉପକୃତ ହେବେ।
  • ଏଥିରେ ଥିବା ଭିଟାମିନ୍‌ ଏ ଆଖିକୁ ସୁସ୍ଥ ରଖେ।
  • ପିଜୁଳି ପତ୍ରକୁ ଚୋବାଇଲେ ମଧ୍ୟ ମାଢ଼ି ମଜବୁତ ହୋଇଥାଏ।
  • ନିୟମିତ ପିଜୁଳି ଖାଇଲେ ତ୍ୱଚାରେ ଚମକ ଆସିଥାଏ।
  • ପିଜୁଳି ପାଚନ କ୍ରିୟାକୁ ସ୍ୱାଭାବିକ କରେ। ଏହା ଗର୍ଭବତୀଙ୍କ ପାଇଁ ଉପକାରୀ।

Comment