ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆମ୍ରପାଲି ଗ୍ରୁପ୍‌ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆମ୍ରପାଲି ଗ୍ରୁପରେ ବାକିଥିବା ନିଜର ୪୦ କୋଟି ଟଙ୍କା ଫେରି ପାଇବା ପାଇଁ ଧୋନି ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି।

ପିଟସନ୍‌ ଅନୁଯାୟୀ, ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଧୋନି ଆମ୍ରପଲି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ହୋଇଥିଲେ। ଏଥିପାଇଁ ବିଧିବଦ୍ଧ ଭାବେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। କିନ୍ତୁ ୨୦୧୬ରେ ଧୋନି ଆମ୍ରପାଲି ଗ୍ରୁପ୍‌ଠାରୁ ଅଲଗା ହେବା ପରେ କମ୍ପାନି ତାଙ୍କ ବାକିଥିବା ଟଙ୍କା ଫେରାଇ ନଥିଲା।

କମ୍ପାନି ଉପରେ ଧୋନିଙ୍କ ମୋଟ ୩୮.୯୫ କୋଟି ଟଙ୍କା ବାକି ରହିଛି। ସେଥିମଧ୍ୟରୁ ୨୨.୫୩ କୋଟି ମୂଳଧନ ଥିବା ବେଳେ ୧୬.୪୨ କୋଟି ସୁଧ ରହିଛି।

କେବଳ ଧୋନି ନୁହନ୍ତି ହଜାର ହଜାର ଲୋକ ଏହି ଠକେଇର ଶିକାର ହୋଇଥିଲେ। ଏହା ପରେ କମ୍ପାନିର ଅଧ୍ୟକ୍ଷ ଶିବ ପ୍ରିୟା ଏବଂ ଅଜୟ କୁମାରଙ୍କୁ ପୋଲିସ ଗିରଫ କରିଥିଲା। ବର୍ତ୍ତମାନ ଧୋନି ନିଜ ବାକିଥିବା ଟଙ୍କା ଫେରସ୍ତ ପାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Comment