ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରେ ମିଶିଲେ ସୁବାସ ଚୌହାନ। ସେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି।

ବିଜେଡିରେ ମିଶିବା ପରେ ସେ କହିଛନ୍ତି, “ନବୀନ ବାବୁଙ୍କୁ ଯୁଧିଷ୍ଠୀର ଭାବେ ଦେଖିଲି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ଯୋଗ ଦେଇଛି।”

ସେ ନବୀନ ନିବାସ ପହଞ୍ଚି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଥିଲେ। କହିଥିଲେ, “ମୁଁ ନିର୍ବାଚନ ଲଢ଼ିବି ନାହିଁ। କିନ୍ତୁ ନବୀନଙ୍କ ଆଦର୍ଶରେ ମୁଁ ବିଜେଡିରେ ଯୋଗ ଦେଲି। ନିସର୍ତ୍ତ ଭାବେ ମୁଁ ବିଜେଡିରେ ସାମିଲ ହେଉଛି।”

ମଙ୍ଗଳବାର ସେ ବିଜେପିରୁ ଇସ୍ତଫା ଦେଇଥିଲେ।। ବରଗଡ଼ରୁ ବିଜେପି ସୁବାସଙ୍କୁ ଟିକେଟ୍‌ ନ ଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ଏନେଇ ସୁବାସଙ୍କ ସମର୍ଥକମାନେ ବିକ୍ଷୋପ ମଧ୍ୟ କରିଥିଲେ।

ସୁବାସ ନିଜ ଇସ୍ତଫାପତ୍ରରେ ଲେଖିଥିଲେ, “ବିଜେପି ଏକ ନିର୍ଦ୍ଦିଷ୍ଟ ଲୋକ ଦ୍ୱାରା ପରିଚାଳିତ ହେଉଛି। ମୋ ଟିକେଟ କାଟି ମୋତେ ଅପମାନିତ କରାଯାଇଛି। ଦଳ ଛାଡ଼ିବା ଲାଗି ସଭାପତି ମୋତେ ବାଧ୍ୟ କରିଥିଲେ।”

ସୁବାସ ଦୀର୍ଘ ୩୦ ବର୍ଷ ଧରି ଆର୍‌ଏସ୍‌ଏସ୍‌ ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ। ୩ ଲକ୍ଷ ୭୨ ହଜାର ଭୋଟ୍‌ ପାଇଥିଲେ।

ସୁବାସ ବରଗଡ଼ ଲୋକସଭା ଆସନ ପାଇଁ ଆଶାୟୀ ଥିବାବେଳେ ବିଜେପି ଏଠାରୁ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି।

Comment