ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିର୍ବାଚନୀ ଯେତେ ପାଖକୁ ପାଖକୁ ଆସୁଛି ଲୋକମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ଦେଖିବାକୁ ମିଳିଛି। ସମାନ ଉତ୍ସାହ ବଲିଉଡ ଜଗତରେ ବି ଦେଖିବାକୁ ମିଳୁଛି। ବଲିଉଡରେ ରାଜନୈତିକ ଉଷ୍ମତାକୁ ଆଖିଆଗରେ ରଖି ରାଜନେତାଙ୍କ ଉପରେ ବାୟୋପିକ୍‌ କରାଯାଉଛି। କିଛି ଦିନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଉପରେ ଆଧାରିତ ବାୟୋପିକ୍‌ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ରିଲିଜ୍‌ ହୋଇଥିଲା। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପିଏମ୍‌ ମୋଦିଙ୍କ ବାୟୋପିକ ବିରୋଧରେ ବମ୍ବେ ହାଇକୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି। ଆଗାମୀ ଦିନରେ ବହୁ ରାଜନେତା ଏବଂ ନେତ୍ରୀଙ୍କ ଉପରେ ଫିଲ୍ମ ହେବାକୁ ଯାଉଛି। ରିଲିଜ୍‌ ପୂର୍ବରୁ ହିଁ ଏହିସବୁ ବାୟୋପିକ ଚର୍ଚ୍ଚା ଘେରରେ ରହିଛି।

ପିଏମ୍‌ ମୋଦି ବାୟୋପିକ

ପିଏମ୍‌ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଫିଲ୍ମ ୫ ଏପ୍ରିଲକୁ ରିଲିଜ୍‌ ହେବ। ଏହି ପିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିବେ ବିବେକ ଓବରାୟ। ହୋଲିରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଟ୍ରେଲର୍‌ ରିଲିଜ୍‌ ହେବା ପରେ ହିଁ ଫିଲ୍ମକୁ ରିପବ୍ଲିକ୍‌ ପାର୍ଟି ଅଫ ଇଣ୍ଡିଆ ଅଧ୍ୟକ୍ଷ ମୁମ୍ବାଇ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ନିର୍ବାଚନ ସମୟରେ ଫିଲ୍ମଟି ରିଲିଜ୍‌ ହେବା ନେଇ ବିରୋଧ କରାଯାଉଛି।

ଜୟଲଳିତା ବାୟୋପିକ

ତାମିଲନାଡ଼ୁ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ଉପରେ ଆଧାରିତ ବାୟୋପିକ୍‌ରେ ଅଭିନୟ କରିବାକୁ ଯାଉଛନ୍ତି। ତାମିଲରେ ଏହି ଫିଲ୍ମର ନାମ ରହିଛି ତଲାଇବି ଏବଂ ହିନ୍ଦୀରେ ଟାଇଟଲ୍ ରହିଛି ଆଇରନ୍ ଲେଡି। ଏହି ଫିଲ୍ମର ସୁଟିଂ ଏଯାବତ୍‌ ଆରମ୍ଭ ହୋଇନି।

ମାୟାବତି ବାୟୋପିକ

ବହୁଜନ ସମାଜ ପାର୍ଟିର ନେତା ମାୟାବତିଙ୍କ ଉପରେ ବାୟୋପିକ୍‌ ହେବା ନେଇ ବଲିଉଡରେ ଚର୍ଚ୍ଚା ହେଉଛି। ଏହି ଫିଲ୍ମରେ ମାୟାବତିଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ।

ଲାଲ ବାହାଦୂର ଶାସ୍ତ୍ରୀ ବାୟୋପିକ ହେବାକୁ ଯାଉଛି। ଏହାର ନାମ ରହିଛି ‘ଦ ତଶକେଣ୍ଟ ଫାଇଲ୍‌’। ଏହି ଫିଲ୍ମ ୧୨ ଏପ୍ରିଲ ୨୦୧୯କୁ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଦେବେ ବିବେକ୍‌ ଅଗ୍ନିହୋତ୍ରୀ। ନାସିରୁଦ୍ଦିନ୍‌ ଶାହ, ମିଥୁନ୍ ଚକ୍ରବିର୍ତୀ ପ୍ରମୁଖ ଅଭିନୟରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here