ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟପୁରରୁ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ନେତା ଓ କର୍ମୀ ବେଶ ଉତ୍ସାହିତ ଅଛନ୍ତି।
ସକାଳ ୯.୩୦ରେ ସଦରଥାନା ବାଙ୍କବିଜା ଠାରେ ହ୍ୟାଲିପାଡ୍ରେ ଓହ୍ଲାଇବେ, ଏହାପରେ ସାଧାରଣ ସଭାରେ ଯୋଗ ଦେବେ।
ମୋଦିଙ୍କ ଜୟପୁର ସଭାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସ୍ଥିତି ଆହୁରି ଦୃଢ଼ କରିବାକୁ ଆସୁଛନ୍ତି ମୋଦି। ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ମୋଦିଙ୍କ ପ୍ରଥମ ଓଡ଼ିଶା ଗସ୍ତ।

















