ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିବାକୁ ଯାଉଛି ଦୁଇଟି ଭିନ୍ନ ଧରଣର ଫିଲ୍ମ। ଗୋଟିଏ ହେଉଛି ନୋଟବୁକ୍‌ ଓ ଅନ୍ୟଟି ହେଉଛି ଜଙ୍ଗଲୀ।

ନୋଟବୁକ୍‌ ଏକ ସୁନ୍ଦର ପ୍ରେମକାହାଣୀକୁ ନେଇ ପରିବେଶିତ ହୋଇଥିବା ବେଳେ ଜଙ୍ଗଲୀ ଫିଲ୍ମରେ ହାତୀ ଓ ମଣିଷର ବନ୍ଧୁତା ସହ ଆକ୍ସନ ଦେଖିବାକୁ ପାଇବେ ଦର୍ଶକ।

ଫିଲ୍ମ ନୋଟବୁକ ସଲମାନ ଖାନ୍‌ଙ୍କ ପ୍ରଡକସନ୍‌ ହାଉସରେ ନିର୍ମିତ ହୋଇଥିବା ଫିଲ୍ମ। ଫିଲ୍ମ ‘ନୋଟବୁକ୍‌’ ସେହି ସମୟର କାହାଣୀ ଯେତେବେଳେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସେତେଟା ଲୋକପ୍ରିୟ ନଥିଲା। ଫିଲ୍ମ ମାଧ୍ୟମରେ ନୀତିନ କକ୍କଡ ଦୁଇଟି ଅଜଣା ହୃଦୟ ଭିତରେ ଏକ ରୋମାଣ୍ଟିକ କାହାଣୀ ନିର୍ମାଣ କରିବାକୁ ଚେଷ୍ଟା କରିଛନ୍ତି। ଯାହାର ଝଲକ ଟ୍ରେଲରେ ଦେଖିବାକୁ ମିଳିଛି। ଟ୍ରେଲରେ ଜାହା ଦେଖିବାକୁ ମିଳିଛ ତାହା ହେଉଛି ଦୁଇଟି ହୃଦୟର ପ୍ରେମ କାହାଣୀ ଏକ ନୋଟବୁକ୍‌ରେ ଲେଖାଯାଇଛି।

ଦୁଇଜଣ ପରସ୍ପର ପରସ୍ପରକୁ ଭଲତ ପାଉଛନ୍ତି କିନ୍ତୁ ଅଲଗା ହୋଇ। ଫିଲ୍ମରେ ଦୁଇଟି ହୃଦୟ ଯେଉଁମାନେ ପରସ୍ପରକୁ ଭଲପାଉଛନ୍ତି ସେମାନଙ୍କ ଭିତରେ ସମ୍ପର୍କ କେତେ ନୀବିଡ଼ ହୋଇପାରିବ ତାହା ବି ଅଲଗା ହୋଇ ଏହା ଦେଖାଇବାକୁ ଚେଷ୍ଟା କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ।

ନୋଟବୁକ୍‌କୁ ଟକ୍କର ଦେବା ଲାଗି ପରଦାକୁ ଆସୁଛି ଫିଲ୍ମ ଜଙ୍ଗଲୀ। ଫିଲ୍ମରେ ହାତୀ ଓ ମଣିଷର ବନ୍ଧୁତା ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ଚକ୍‌ ରସେଲ। ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି କମାଣ୍ଡୋ ଫେମ୍‌ ବିଦ୍ୟୁତ୍‌ ଜାମ୍‌ବାଲ୍‌। ଫିଲ୍ମରେ ଆକ୍ସନ ବି ଦେଖିବାକୁ ପାଇବେ ଦର୍ଶକ।

ତେବେ ବକ୍ସ ଅଫିସରେ କେଉଁ ଫିଲ୍ମ ଦର୍ଶକଙ୍କୁ ଅଧିକ ପସନ୍ଦ ଆସୁଛି ତାହା ଫିଲ୍ମ ରିଲିଜ୍‌ ହେବାପରେ ହିଁ ଜଣାପଡ଼ିବ।

Comment