ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସୁଛି ଦୀପିକାଙ୍କ ବଲିଉଡ୍ ଫିଲ୍ମ ‘ଛପାକ’। ବିଭିନ୍ନ ପ୍ରକାର ବାଦ ବିବାଦ ମଧ୍ୟରେ ଫିଲ୍ମଟି ଆଜି ରିଲିଜ୍ ହେବାକୁ ଯାଉଛି।

ଏହି ଫିଲ୍ମରେ ଦର୍ଶକମାନେ ଜଣେ ଏସିଡ୍ ପୀଡ଼ିତାଙ୍କ କାହାଣୀ ଦେଖିବାକୁ ପାଇବେ। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଦୀପିକା ପାଦ୍ୟୁକୋନ ଜଣେ ଏସିଡ୍ ପୀଡ଼ିତାଙ୍କ ଚରିତ୍ରରେ ନଜର ଆସିବେ। ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିଲାବେଳେ, ଏଥିରେ ୨୦୦୫ ମସିହାର ଏକ ନିଚ୍ଛକ ସତ୍ୟ ଘଟଣାକୁ ବର୍ଣ୍ଣନା କରାଯାଇଛି।ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିବାବେଳେ ଏଥିରେ ଦୀପିକାଙ୍କ ଅଭିନୟକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ବିଶେଷ କରି ଜଣେ ଏସିଡ୍ ପୀଡ଼ିତା ଭାବେ ଦୀପିକାଙ୍କ ମେକଅପ୍ ଲୋକମାନଙ୍କୁ ଏହି ଫିଲ୍ମ ଦେଖିବାକୁ ବାଧ୍ୟ କରିବ ବୋଲି କୁହାଯାଉଛି।

Comment