ସନ୍ନି ଲିୟୋନଙ୍କଠାରୁ ନୋରା ଫତେହୀ – ବଲିଉଡରେ ଧୁମ୍ ମଚାଇଛନ୍ତି ଏହି ବିଦେଶୀ ଆଇଟମ୍ ଡ୍ୟାନ୍ସର

ସାଧାରଣତଃ ବିଦେଶିନୀମାନେ ବଲିଉଡରେ ଆଇଟମ୍ ସଙ୍ଗରୁ ନିଜ କ୍ୟାରିଅର ଆରମ୍ଭ କରିଥାନ୍ତି। ସଲମାନ ଖାନଙ୍କ ମାଆ ଏବଂ ସେ ସମୟର କ୍ୟାବେରା ଡ୍ୟାନ୍ସର ହେଲେନ ଆସିଥିଲେ ବର୍ମାରୁ। ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିସ୍ ଶ୍ରୀଲଙ୍କାର ହୋଇଥିବା ବେଳେ ଆଜି ଯେଉଁମାନେ ମୁମ୍ବାଇ ଫିଲ୍ମ ଦୁନିଆରେ ପାଦ ଥାପି ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ସେ ସମସ୍ତେ ଦରିଆପାରି କଳାକାର। ଆଉ ଏ ସମସ୍ତେ ହିଁ ଆଇଟମ୍‌ ଗୀତରୁ କ୍ୟାରିଅର ଆରମ୍ଭ କରିଛନ୍ତି। ଆଇଟମ୍ ଗୀତରେ ଅଭିନୟ କରି ଏମାନେ କେବଳ ବଲିଉଡ଼ ନୁହେଁ ସମଗ୍ର ବିଶ୍ୱରେ ଧୁମ୍ ମଚେଇଛନ୍ତି। ବଲିଉଡର କିଛି ଆଇଟମ୍ ଆର୍ଟିଷ୍ଟଙ୍କୁ ଆସନ୍ତୁ ଜାଣିବା ଯେଉଁମାନେ ବିଦେଶରେ ଜନ୍ମ ନେଇଛନ୍ତି କିନ୍ତୁ ବଲିଉଡ ସେମାନଙ୍କର ଘର ପାଲଟି ଯାଇଛି।

ବାରବରା ମୋରି

ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ବାରବାରା  ହେଉଛନ୍ତି ମେକ୍ସିକୋ ବାସିନ୍ଦା। ବଲିଉଡରେ ହ୍ରିତିକ୍ ରୋସନଙ୍କ ଫିଲ୍ମ ‘କାଇଟ୍ସ’ରେ ସେ କ୍ୟାରିଅର ଆରମ୍ଭ କରିଥିଲେ। ଆଜିକାଲି ସେ ହଲିଉଡରେ ବେଶୀ ବ୍ୟସ୍ତ ଅଛନ୍ତି।

ଏଲିସ୍ ପ୍ୟାଟନ

‘ରଙ୍ଗ ଦେ ବସନ୍ତି’ରେ ଧମାଲ ସୃଷ୍ଟି କରିଥିବା ଏଲିସ୍‌ଙ୍କ ଅଭିନୟକୁ କିଏ ଅବା ଭୁଲିଯାଇ ପାରିବେ? ଅବଶ୍ୟ ତା’ପରେ ସେ ଆଉ କୌଣସି ଫିଲ୍ମରେ ଆସି ନାହାନ୍ତି। କିନ୍ତୁ ହ୍ରିତିକ୍‌ଙ୍କ ଫିଲ୍ମରେ ତାଙ୍କୁ ବେଶ୍ ପ୍ରଶଂସା କରିଥିଲେ ଦର୍ଶକ।

ୟାନା ଗୁପ୍ତା

ବିଦେଶୀ ମଡେଲ ୟାନାଙ୍କ ବଲିଉଡ ପ୍ରବେଶ ହୁଏ ‘ଦମ’ ଫିଲ୍ମର ଏକ ଆଇଟମ୍ ଗୀତରେ। ୟାନା ତାମିଲ,ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ବି ନାଚିଛନ୍ତି।

ଗିସେଲି ମଣ୍ଟେରୋ

ବ୍ରାଜିଲର ଏହି ମଡେଲ ସୈଫ୍ ଅଲି ଖାନ ଓ ଦୀପିକାଙ୍କ ଫିଲ୍ମ ‘ଲଭ ଆଜକଲ’ରେ ହରଲୀନ କାଉର ଭୂମିକାରେ ଆସିଥିଲେ। ଫିଲ୍ମ ଦେଖି ସାରିବା ପରେ ଦର୍ଶକଙ୍କୁ ଲାଗିଲା ଯେ, ଗିସେଲି ପୂରା ପଞ୍ଜାବୀ କୁଡ଼ି।

ଲିନ୍ଡ଼ା ଅର୍ସେନିଓ

ଲିନ୍ଡ଼ା ଅର୍ସେନିଓ ଟେକାସ୍ସର ମୂଳ ଲୋକ। ସେଠି ସେ ମଡେଲିଂ କରୁଥିଲେ।’କାବୁଲ ଏକ୍ସପ୍ରେସ’ ତାଙ୍କର ଏକ ବହୁ ଚର୍ଚ୍ଚିତ ଫିଲ୍ମ। ପ୍ରାୟ ୧୨ଟାରୁ ଅଧିକ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ସେ ନାଚିଛନ୍ତି।

ଏମି ଜ୍ୟାକ୍ସନ

ବ୍ରିଟିଶ ସୁନ୍ଦରୀ ଏମି ଜ୍ୟାକ୍ସନ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ତାମିଲ ଫିଲ୍ମରୁ।ହେଲେ ଏମିଙ୍କ ପ୍ରଥମ ବଲିଉଡ ଫିଲ୍ମ ଥିଲା ‘ଏକ ଦିୱାନା ଥା’।ପ୍ରତୀକ ବବ୍ର ଥିଲେ ଏମିଙ୍କ ହିରୋ।ଏମି ଚର୍ଚ୍ଚାକୁ ଆସିଲେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସିଂ  ଇଜ୍  ବ୍ଲିଙ୍ଗ’ ରେ। ଏମିଙ୍କ ଷ୍ଟାର ଡମ୍‌ ଏବେ ଖୁବ୍ ଉପରେ।

ଅଲି ଲାର୍ଟର

ମେରିଗୋଲ୍ଡ଼’ ଫିଲ୍ମ ଜରିଆରେ ବଲିଉଡକୁ ଆସିଥିଲେ ଅଲି। ସେ ବାସ୍ତବରେ  ଆମେରିକାର। ବଲିଉଡ ସହ ସେ କିଛି ହଲିଉଡ ଫିଲ୍ମ କରିଛନ୍ତି।

ସନ୍ନି ଲିୟୋନ

ସନ୍ନି କାନାଡାର ମୂଳ ବାସିନ୍ଦା। ବଲିଉଡକୁ ଆସିବା ପୂର୍ବରୁ ଜଣେ ପର୍ଣ୍ଣ ଆର୍ଟିଷ୍ଟ ଭାବରେ ତାଙ୍କର ପରିଚୟ ଥିଲା।’ଜିସ୍ମ-୨’ରେ ସେ ଆଇଟମ୍ ଗୀତ କରି ଚର୍ଚ୍ଚାକୁ ଆସିଥିଲେ।ପୂଜା ଭଟ୍ଟଙ୍କ ଏହି ଫିଲ୍ମର ସଫଳତା ପରେ ସନୀ ଏବେ ବଲିଉଡରେ ଛାଇ ଯାଇଛନ୍ତି।

ସନ୍ନି ଲିୟୋନଙ୍କ ଷ୍ଟାରଡ଼ମ ଆଗରେ ବଡ଼ ବଡ଼ ହସ୍ତୀ ବି ଫେଲ୍ ମାରିଛନ୍ତି।

ନୋରା ଫତେହୀ

ବଲିଉଡରେ ଧମାଲ ମଚାଇଥିବା ଆଉ ଜଣେ ବିଦେଶୀ ଅଭିନେତ୍ରୀ ହେଲେ ନୋରା ଫତେହୀ। ଦିଲବର ଗାର୍ଲ ବନିଥିବା ନୋରା ହେଉଛନ୍ତି ଜଣେ ଇଣ୍ଡୋ-ମରକ୍କୋ ଡ୍ୟାନ୍ସର୍, ମଡେଲ୍‌ ଓ ଅଭିନେତ୍ରୀ। ବଲିଉଡରେ ନୋରା ‘ରୋର୍‌-ଟାଇଗର୍‌ସ ଅଫ୍‌ ସୁନ୍ଦରବନ’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ। ପରେ ‘ଦିଲବର’, ‘ଗରମି’ ଭଳି ଗୀତରେ ଡ୍ୟାନ୍ସ କରି ବେଶ ପ୍ରଂଶସା ସାଉଣ୍ଟିଥିଲେ।

LEAVE A REPLY

Please enter your comment!
Please enter your name here