ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପରଷ୍ଟାର ରଜନୀକାନ୍ତ ପାଇବେ ଦାଦା ସାହେବ୍ ଫାଲକେ ପୁରସ୍କାର। ୨୦୧୯ ମସିହ ପାଇଁ ରଜନୀକାନ୍ତଙ୍କୁ ଏହି ପୁରସ୍କାର ଦିଆଯିବ। ଏନେଇ ଗୁରୁବାର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଦାଦା ସାହେବ୍ ଫାଲକେ ପୁରସ୍କାର ପାଇଁ ରଜନୀକାନ୍ତଙ୍କ ନାମ ଘୋଷଣା ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇ ଏକ ଟୁଇଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ମୋର ସବୁବେଳର ପ୍ରିୟ ରଜନୀକାନ୍ତ ଜୀଙ୍କୁ ୨୦୧୯ ବର୍ଷର ଦାଦାସାହେବ ଫାଲକେ ପୁରସ୍କାର ଦେବା ପାଇଁ ବିଚାରକ ମଣ୍ଡଳୀ ଚୟନ କରିଛନ୍ତି। ଏଥିପାଇଁ ମୁଁ ବହୁତ ଖୁସି।”

ହିନ୍ଦୀ ସିନେମାର ସବୁଠାରୁ ସମ୍ମାନଜନକ ପୁରସ୍କାର ହେଉଛି ଦାଦା ସାହେବ୍ ଫାଲକେ ପୁରସ୍କାର। ୨୦୧୯ ମସିହାର ପୁରସ୍କାର ପାଇଁ ଆଶା ଭୋଁସଲେ, ସୁଭାଷ ଘାଇ, ମୋହନ ଲାଲ, ଶଙ୍କର ମହାଦେବନ ଏବଂ ବିଶ୍ୱଜିତ ଚାଟ୍ଟାର୍ଜୀଙ୍କୁ ନେଇ ଏକ ପ୍ୟାନେଲ ଗଠନ କରାଯାଇଥିଲା। ଏହି ପ୍ୟାନେଲର ସର୍ବସମ୍ମତି ପରେ ଦାଦା ସାହେବ୍ ଫାଲକେ ପାଇଁ ରଜନୀକାନ୍ତଙ୍କ ନାମ ଘୋଷଣା କରାଯାଇଛି।

Comment