ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ବିଭିନ୍ନ ଚରିତ୍ରରେ ପରଦାକୁ ଓହ୍ଲାଇଛନ୍ତି। କେତେବେଳେ ପୋଲିସ ଅଫିସର ତ ଆଉ କେତେବେଳେ ବିଜନେସମ୍ୟାନ ଭାବେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗଇଛନ୍ତି। କିନ୍ତୁ କମ୍ ଲୋକ ଜାଣିଥିବେ ଯେ ଅଭିଷକ ବଚ୍ଚନଙ୍କ କ୍ୟାରିୟର ଆରମ୍ଭ ସମୟରେ ପ୍ରାୟ ୧୭ ଟି ଫିଲ୍ମ ଫ୍ଲପ୍ ହୋଇଥିଲା। ଯେଉଁଥିପାଇଁ ତାଙ୍କ ଉପରେ ନିର୍ଦ୍ଦେଶକମାନେ ଭରସା କରିପାରୁନଥିଲେ। ଫଳରେ ତାଙ୍କ ଭଲ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳୁନଥିଲା।

କାଁ ଭାଁ ଗୋଟିଏ ଗୋଟିଏ ଫିଲ୍ମ ତାଙ୍କର ହିଟ୍ ହୋଇଥିଲେ ବି ଦର୍ଶକ ତାଙ୍କୁ ସେତେଟା ଭଲ ପାଇବା ଦେଇନଥିଲେ। ଏମିତିକି ତାଙ୍କୁ ଦର୍ଶକ ଫ୍ଲପ୍ ହିରୋ ମଧ୍ୟ କହୁଥିଲେ।ଓଟିଟି ବଦଳାଇଲା ଅଭିଷେକଙ୍କ ଭାଗ୍ୟ

କରୋନା କାଳରେ ଅଭିଷେକ ବଚ୍ଚନ ଖୁବ୍ ପରିଶ୍ରମ କରିଥିଲେ। ଯେତେବେଳେ ଲକଡାଉନ, ସଟଡାଉନ ଯୋଗୁଁ ସସସ୍ତଙ୍କ କାମ ଧିମା ହୋଇଯାଇଥିଲା ସେତେବେଳେ କଡ଼ା ପରିଶ୍ରମ କରି ଅଭିଷେକ ବଚ୍ଚନ ନିଜ କ୍ୟାରିୟର ଚମକାଇଲେ। ତାଙ୍କ ଅଭିନୀତ ୱେବ୍ ସିରିଜ୍ ‘ବ୍ରିଥ୍’ ଭଲ ପ୍ରଦର୍ଶନ କରିଥିଲା। ଏହି ଓ୍ୱେବ୍ ସିରିଜ୍ ପୁଣି ଥରେ ଅଭିଷେକଙ୍କୁ ନୂଆ ପରିଚୟ ଦେଲା।

ଏହାଛଡ଼ା ଅଭିଷେକଙ୍କର ଆଉ ୨ଟି ଓ୍ୱେବ ସିରିଜ ଏବେ ବି ରିଲିଜ ଅପେକ୍ଷାରେ ରହିଛି। ଗୋଟିଏ ହେଲା ‘ବିଗ୍ ବୁଲ’, ଅନ୍ୟ ଟି ‘ବବ୍ ବିଶ୍ୱାସ’। ‘ବ୍ରିଥ୍’ ଭଳି ଏହି ଓ୍ୱେବ ସିରିଜ ମଧ୍ୟ ହିଟ୍ ବୋଲି ଆଶାବାଦୀ ଅଛନ୍ତି ଅଭିଷେକ।

LEAVE A REPLY

Please enter your comment!
Please enter your name here