ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ ଥ୍ରୀଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖରୁ କେବଳ ସୋନି ଲିଭ୍ ଆପ୍‌ରେ ଦେଖିବାକୁ ମିଳିବ।

ଓଡ଼ିଶାର ଖଣି ଦୁନିଆର ଅନେକ ଗୁମର ରହିଛି ‘ଦ ଜେଙ୍ଗାବୁରୁ କର୍ସ’ରେ। ଓଡ଼ିଶାର ଏକ ଛୋଟିଆ ସହର ଉପରେ ପର୍ଯ୍ୟବେସିତ ଏହି ସିରିଜ ଲଣ୍ଡନରେ ରହୁଥିବା ଜଣେ ଆର୍ଥିକ ବିଶ୍ଳେଷକ ପ୍ରିୟା ଦାସଙ୍କ କାହାଣୀ ଉପରେ ଆଧାରିତ। ପ୍ରିୟାଙ୍କ ପିତା ପ୍ରଫେସର ଦାସ ହଠାତ୍ ନିଖୋଜ ହେବା ପରେ ପ୍ରିୟା ଓଡ଼ିଶା ଫେରିବାକୁ ବାଧ୍ୟ ହୁଅନ୍ତି। ନିଜ ବାପାଙ୍କୁ ଖୋଜିବା ସମୟରେ ପ୍ରିୟା ଏକାଧିକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଆନ୍ତି, ଯାହା ସ୍ଥାନୀୟ ବଣ୍ଡା ଆଦିବାସୀ ଓ ଖଣି ରାଜ୍ୟ ଓଡ଼ିଶା ମଧ୍ୟରେ ରହିଥିବା ଏକ ଅସାଧାରଣ ସଂଯୋଗକୁ ଉନ୍ମୋଚନ କରିଥାଏ।

“ଦ ଜେଙ୍ଗାବୁରୁ କର୍ସ ହେଉଛି ପ୍ରଥମ ଭାରତୀୟ କ୍ଲାଇମେଟ୍ ଫିକ୍ସନ ଥ୍ରୀଲର ସିରିଜ୍। ଏହି ସିରିଜ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ପରିବେଶ ସୁରକ୍ଷା ଉପରେ ସଚେତନ କରିବାକୁ ଲକ୍ଷ୍ୟ ରହିଛି’, କହିଛନ୍ତି ନୀଳମାଧବ ପଣ୍ଡା।

“ଦ ଜେଙ୍ଗାବୁରୁ କର୍ସ” ମାଧ୍ୟମରେ ନୀଳମାଧବ ପଣ୍ଡା ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି। ଷ୍ଟୁଡିଓ ନେକ୍ସଟ୍ ଦ୍ୱାରା ପ୍ରାୟୋଜିତ ‘ଦ ଜେଙ୍ଗାବୁରୁ କର୍ସ’କୁ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ ମୟଙ୍କ ତିୱାରୀ ଏହାର କାହାଣୀ ଲେଖିଛନ୍ତି। ପାଉଲୋ ପେରେଜ ଡିଓପି ଭାବେ ଏଥିରେ କାର୍ଯ୍ୟ କରିଛନ୍ତି। ଅଳକାନନ୍ଦା ଦାସଗୁପ୍ତା ଓ ଦୂର୍ଗା ପ୍ରସାଦ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଏହି ସିରିଜର ପ୍ରଡକ୍ସନ ଡିଜାଇନର ଅଛନ୍ତି। ଏଥିରେ ଫରିଆ ଅବ୍ଦୁଲ୍ଲା, ନସିର ମକରନ୍ଦ ଦେଶପାଣ୍ଡେ, ସୁଦେବ ନାୟର, ଦୀପକ ସମ୍ପତ ଓ ହିତେଶ ଦାବେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Tags: #Entertainment #OTTPlatform #NilamadhabPanda #TheJengaburuCurse

Comment