ଓଡ଼ିଶାଲାଇଭ୍ ବ୍ୟୁରୋ

ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ। ସେ ତାଙ୍କ ଝିଅ ନ୍ୟାସାଙ୍କ ଜନ୍ମଦିନ ଅବସରରେ ନିଜର ଏହି ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ଏହାସହିତ ଆଗାମୀ କ୍ରାଇମ ଥ୍ରୀଲର ଓ୍ୱେବ୍‌ ସିରିଜ ‘ରୁଦ୍ର: ଦ ଏଜ୍‌ ଅଫ୍‌ ଡାର୍କନେସ’ର ମୋସନ ପୋଷ୍ଟର ରିଲିଜ କରିଛନ୍ତି।

ଏହି ୱେବ୍ ସିରିଜର ସୁଟିଂ ମୁମ୍ବାଇର କିଛି ସ୍ଥାନରେ କରାଯିବ। ଏଥିରେ ଅଜୟ ଦେବଗନ୍ ଜଣେ ପୋଲିସ ଅଧିକାରୀଙ୍କ ଚରିତ୍ରରେ ନଜର ଆସିବେ। ଡିଜିଟାଲ ପ୍ଲାଟଫର୍ମରେ ଏହା ଅଜୟ ଦେବଗାନଙ୍କ ଗ୍ରାଣ୍ଡ ଏଣ୍ଟ୍ରି ହେବ। ତେବେ ଏହି ୱେବ୍ ସିରିଜ୍ ହଲିଉଡ ସିରିଜ୍ ‘ଲୁଥର୍’ର ଏକ ହିନ୍ଦୀ ରିମେକ୍ ବୋଲି କୁହାଯାଉଛି।

ଏହି ୱେବ୍ ସିରିଜ୍ ଆପଲ୍ ଏଣ୍ଟରଟେନମେଣ୍ଟ ଏବଂ ବିବିସି ଷ୍ଟୁଡିଓ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ହେଉଛି। ଡିଜିଟାଲ ଡେବ୍ୟୁ କରିବାକୁ ଯାଉଥିବାରୁ ଏଥିପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଅଜୟ ଦେବଗନ।

ଏହି ସିରିଜ ବ୍ୟତୀତ ଅଜୟ ଆଗାମୀ ଦିନରେ ‘ଗଙ୍ଗୁବାଇ କାଠିଆଓ୍ୱାଡି’, ‘ମୈଦନ’ , ‘ଆରଆରଆର’ରେ ନଜର ଆସିବେ।

Comment