ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ମାର୍ଚ୍ଚ ୨୬ ତାରିଖରେ ପରଦାକୁ ଆସିବ ଭାରତୀୟ ବ୍ୟାଡ୍‌ମିଣ୍ଟନ କୁଇନ ସାଇନା ନେହେଓ୍ଵାଲଙ୍କ ବାୟୋପିକ୍ ‘ସାଇନା’। ମଙ୍ଗଳବାର ଏହି ଫିଲ୍ମର ପ୍ରଥମ ପୋଷ୍ଟର ସହ ରିଲିଜ ତାରିଖ ଘୋଷଣା ହୋଇଛି। ସାଇନା ନିଜ ସୋସିଆଲ ମିଡିଆ ପେଜ୍‌ରେ ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି।

ସାଇନାଙ୍କ ଜୀବନ ଉପରେ ଏହି ଫିଲ୍ମଟି ହେଉଥିବାରୁ ଏହାର ପୋଷ୍ଟରକୁ ମଧ୍ୟ ବ୍ୟାଡ୍‌ମିଣ୍ଟନ ଖେଳ ସହ ସଂଯୋଗ କରି ପ୍ରସ୍ତୁତ କରାଯାଇଛି। ଏଥିରେ ଏକ ସଟଲ୍‌କକ୍‌ ଡିଜାଇନରେ ସାଇନା ଲେଖାଯାଇଛି। ସେହିପରି ପୋଷ୍ଟର ତଳେ ‘ମାର୍ ଦୁଙ୍ଗି’ ଲେଖାଯାଇଛି।

I’m so glad to share a glimpse of my upcoming movie, #Saina. Lots of love to the entire team. In cinemas on 26th March.@ParineetiChopra #AmoleGupte @Manavkaul19 @eshannaqvi #BhushanKumar @deepabhatia11 @sujay_jairaj @raseshtweets #KrishanKumar @AmaalMallik @manojmuntashirpic.twitter.com/6e92WQHwly

ବଲିଉଡ ନିର୍ଦ୍ଦେଶକ ଅନମୋଲ ଗୁପ୍ତେ ସିନେମାର କାହଣୀ ଲେଖିବା ସହ ଏହାର ନିର୍ଦ୍ଦେଶନା ଦାୟିତ୍ଵ ମଧ୍ୟ ସମ୍ଭାଳିଛନ୍ତି। ଏଥିରେ ସାଇନାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା। ଏଥିପାଇଁ ପରିଣିତି ବିଶେଷ ଭାବେ ତାଲିମ ନେଇଥିଲେ।

ଗୁଲସନ କୁମାର ଏବଂ ଟି-ସିରିଜ ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ବଲିଉଡର ମଲ୍ଲିକ୍ ବ୍ରଦରର୍ସ ଅମାଲ ମଲ୍ଲିକ୍ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଅରମାନ୍ ମଲ୍ଲିକ୍ ଏଥିରେ ଗୀତ ଗାଇଛନ୍ତି।

ସାଇନାଙ୍କ ବାୟୋପିକ୍ ପାଇଁ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ଚୟନ କରାଯାଇଥିଲା। ହେଲେ ସେ ସମୟ ନ ଦେଇ ପାରିବାରୁ ପରେ ପରିଣିତି ଚୋପ୍ରାଙ୍କୁ ସୁଯୋଗ ଦିଆଗଲା। ସିନେମାଟି ୨୦୨୦ ମସିହାରେ ରିଲିଜ ହୋଇଥାନ୍ତା। କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା।

Comment