ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହାତୀକୁ ଆମ ଦେଶରେ ଭଗବାନ ଗଣେଶଙ୍କ ରୂପ ବୋଲି ବିଶ୍ୱାସ କରାଯାଏ। ହାତୀଙ୍କୁ ଲୋକଙ୍କ ଭଲ ପାଇବା ମିଳେ। ବଲିଉଡର କିଛି ଫିଲ୍ମ ମାଧ୍ୟମରେ ମଣିଷ ଏବଂ ହାତୀ ମଧ୍ୟରେ ଥିବା ସମ୍ପର୍କକୁ ବହୁତ ଭଲ ଭାବରେ ଦେଖାଯାଇଛି।

ହାତୀ ମେରେ ସାଥୀ

୧୯୭୧ରେ ରିଲିଜ ହୋଇଥିବା ରାଜେଶ ଖାନ୍ନାଙ୍କ ଫିଲ୍ମ ‘ହାଥୀ ମେରେ ସାଥୀ’ ରେ ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତ୍ୱର ନିବିଡ଼ ସମ୍ପର୍କ ଦେଖିବାକୁ ମିଳିଥିଲା। ଏହି ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଆଜି ଯାଏଁ ମଧ୍ୟ ଫିଲ୍ମକୁ କେହି ଭୁଲି ନାହାନ୍ତି।

ସଫେଦ୍‌ ହାତୀ

୧୯୭୭ରେ ଫିଲ୍ମ ‘ସଫେଦ୍‌ ହାତୀ’ପୁଣି ଥରେ ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ପ୍ରଦର୍ଶନ କରିଥିଲା। ଛୋଟ ପିଲାଟିଏ କିଭଳି ଏକ ହାତୀ ସହିତ ବନ୍ଧୁତା କରିଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା।

ମେଁ ଅର୍‌ ମେରା ହାତୀ

୧୯୮୧ ମସିହାରେ ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ ‘ମେଁ ଅର ମେରା ହାତୀ’ ରିଲିଜ ହୋଇଥିଲା। ଏହି ଫିଲ୍ମର କାହାଣୀ ମଣିଷ ଏବଂ ହାତୀ ମଧ୍ୟରେ ବନ୍ଧୁତାକୁ ନେଇ ଗତିଶୀଳ ହୋଇଥିଲା।

ଦୋସ୍ତ

୧୯୮୯ରେ ମିଥୁନ ଚକ୍ରବର୍ତ୍ତୀଙ୍କ ଆଉ ଏକ ଫିଲ୍ମ ରିଲିଜ ହୋଇଥିଲା। ଏହି ଫିଲ୍ମ ବି ହାତୀ ଏବଂ ମଣିଷର ସମ୍ପର୍କ ଉପରେ ଆଧାରିତ ଥିଲା। ଯାହାର ନାଁ ଥିଲା ‘ଦୋସ୍ତ’।

ଜଙ୍ଗଲୀ

୨୦୧୯ରେ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ ‘ଜଙ୍ଗଲୀ’ରେ ମଣିଷ ଏବଂ ହାତୀ ମଧ୍ୟରେ  ଏଭଳି ସମ୍ପର୍କ ଦେଖାଯାଇଥିଲା, ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ।

Comment